-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିରରେ କୋଶଲୀ ଲଖିଁପୁରାନ ଉନ୍ମୋଚିତ - ନାରୀ ସ୍ୱାଧିନତା, ସାମାଜିକ ଚେତନାରେ ବିପ୍ଲବ ହେବ

03-Dec-2020



ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର)- ଲକ୍ଷ୍ମୀପୂରାଣ ଗୀତିନାଟ୍ୟ ହେଉ ବା କାବ୍ୟ ସ୍ରୋତରେ କଥା କହି ସମାଜକୁ ସୁସଂଯୋଜିତ କରିଆସିଛି । ସେ ସମୟରେ ବଳରାମ ଦାସଙ୍କ ଲକ୍ଷ୍ମୀ ପୂରାଣ ନାରୀ ସ୍ୱାଧିନତାକୁ ଘରେ ଘରେ ପହଞ୍ଚାଇ ନାରୀମାନଙ୍କୁ ଜାଗ୍ରତ କରିପାରିଥିଲା । ଏହା ସହ ସେଥିରେ ଜାତି ଭେଦଭାବ ଓ ଅସ୍ପୃଶ୍ୟତା ବିରୋଧରେ ସ୍ପଷ୍ଟ ସ୍ୱର ଶାଣିତ ହୋଇଥିଲା । ସମୟକ୍ରମେ ଲକ୍ଷ୍ମୀପୂରାଣ ହେଉଛି ସାମାଜିକ ଚେତନାରେ ବିପ୍ଲବ । କୋଶଳାଞ୍ଚଳରେ କୋଶଲୀ ଭାଷାରେ ଲିଖିତ ଲକ୍ଷ୍ମୀପୁରାଣ ବିପ୍ଲବ ସୃଷ୍ଟି କରିବ ବୋଲି ସ୍ଥାନୀୟ ଯାଦବ ଭବନ ପରିସରରେ ଏହି ବହି ଉନ୍ମୋଚିତ ଅବସରରେ ମତପ୍ରକାଶ ପାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁରୁଶ୍ରୀ ଡା. ଘାସିରାମ ମିଶ୍ର, ସମ୍ମାନିତ ଅତିଥି ଭାବେ କୋଶଲୀ ଭାଷା ଓ ସାହିତ୍ୟ ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ,ଗବେଷକ ତଥା କବି ସଂଦୀପ କୁମାର କୁଅଁର, ସାମ୍ବାଦିକ ବିଭୁ କଲ୍ୟାଣ ଗଡତ୍ୟା,ପୁସ୍ତକର ଲେଖକ ଅକ୍ଷୟ ସରାଫ, ମହନୀ ପ୍ରଯୋଜନା ସଂସ୍ଥାର ବିନୋଦ କୁମାର କାଲସାଏ ମଞ୍ଚାସୀନ ହୋଇ ଚଳିତ ବର୍ଷର ପ୍ରଥମ ଗୁରୁବାରର ଶୁଭ ତିଥିରେ ଆନୁଷ୍ଠାନିକ ଭାବେ ଏହାକୁ ଉନ୍ମୋଚନ କରିଥିଲେ । ମୁଖ୍ୟ ଅତିଥି ଡ.ମିଶ୍ର କୋଶଲର ସାଂସ୍କୃତିକ ବିପ୍ଲବରେ କାଷ୍ଠ ଉପାସନାର ବିଶେଷତ୍ୱ ଲକ୍ଷ୍ମୀ ପୂଜା । କାଠର ମନ୍ତ୍ର,ମୂର୍ତ୍ତି, ଖଟୁଲିରେ ଲକ୍ଷ୍ମୀପୂଜା ଏହି ଅଞ୍ଚଳର ସ୍ୱାତନ୍ତ୍ର‌୍ୟ । ଲେଖକ ଶଦ୍ଦ ସଂଯୋଜନାରେ କିଛି ନୂତନତ୍ୱ ଆଣିଛନ୍ତି ବୋଲି କହିଥିଲେ । ଗବେଷକ ଶ୍ରୀ ପାଣିଗ୍ରାହୀ କୋଶଲୀ ଅଳଙ୍କାର,ବସ୍ତ୍ରର ବିଶେଷତ୍ୱ ଏହି ପୁସ୍ତକରେ ରହିଛି ।

ଏହାକୁ ଦୃଶ୍ୟ ଓ  ଶ୍ରାବ୍ୟ କରିବା ବେଳେ ଯେମିତି ଅନ୍ୟଦ୍ୱାରା ପ୍ରଭାବିତ ନହେବ, ଚେଷ୍ଟା କରିବା କଥା । ଲକ୍ଷ୍ମୀ କୋଶଳାଞ୍ଚଳର ନାରୀର ପ୍ରତୀକ ଭାବେ ତିଆରି କରାଯାଉ ବୋଲି ସେ କହିଥିଲେ । ଗବେଷକ ଶ୍ରୀ କୁଅଁର କୋଶଲୀ ଭାଷାରେ ଲିଖିତ ଲକ୍ଷ୍ମୀପୂରାଣ କୋଶଳାଞ୍ଚଳର ଜନଜୀବନ, ବସ୍ତ୍ର, ଅଳଙ୍କାର, ଭାଷା, ସଂସ୍କୃତି ପରମ୍ପରାକୁ ନେଇ ଏକ ବିପ୍ଲବ ସୃଷ୍ଟି କରିବ ବୋଲି କହିଥିଲେ । ପୁସ୍ତକର ଲେଖକ ଶ୍ରୀ ସରାଫ ମାଟି ମା’ର ଭାଷାରେ ଲେଖି ପାରିଥିବାରୁ ତାଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ସାର୍ଥକ ହେଲା ବୋଲି ସେ କହିଥିଲେ । କାର୍ଯ୍ୟକ୍ରମକୁ ଶ୍ରୀ ଗଡତ୍ୟା ପରିଚାଳନା କରିଥିବା ବେଳେ ଶେଷରେ ପ୍ରକାଶ ଚନ୍ଦ୍ର ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ମହାକୁର, ରିଲୁ ରଥ, ସନ୍ତୋଷ କୁମାର ପଟ୍ଟନାୟକ, ରବି ଖମାରୀ, ଆରଜେ ମନିଷ, ପ୍ରଦ୍ୟୁମ୍ନ ମହାନ୍ତି, ବିବେକ କୁମାର, ସାଗର କୁମାର, ମୁକେଶ ଡାଙ୍ଗ, ରାଧୁ ଦୀପ, ଆକାଶ ମାହାଣା, ଅଜୟ ନାଗ, ମଧୁ ମେହେର, ଆଦି ବଗର୍ତ୍ତୀ, ରମାକାନ୍ତ ନାଏକ, ବିବେକ ଭାଟି, ନୃପରାଜ ବଗର୍ତ୍ତୀ, ସୁକାନ୍ତ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ସହଯୋଗ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026

You Might Also Like