-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
13-Dec-2022
ଡୁଙ୍ଗୁରିପାଲି/ଏସ.ରାମପୁର-(ଅରବିନ୍ଦ ମିଶ୍ର)- ସୁବର୍ଣ୍ଣପୁର ରାମପୁର ତହସିଲ ଅନ୍ତର୍ଗତ ସମଲେଇଚୁଆରେ ପ୍ରୂଥମ ଓଡିଶା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ୱେଚ୍ଛାସେବୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଚି । ତାଲିମ ନେଇ ପରୀକ୍ଷା ଦେଇଥିବା ସ୍ୱେଚ୍ଛାସେବିମାନଙ୍କୁ ସମଲେଇଚୁଆ ଗ୍ରାମପଞ୍ଚାୟତଠାରେ ଉକ୍ତ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସମଲେଇଚୁଆ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଲେକୃ ରାଜହଂସ ସମେତ ଗ୍ରାମର ଅନେକ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ପ୍ରଥମ ଓଡିଶାର ଜିଲ୍ଲା ସଂଯୋଜକ ସୋମରାଜ ବାରିକ, ରାଜ୍ୟ ରଥ୍ୟ ନିରୀକ୍ଷକ ଚିତ୍ରସେନ ଓଝା, ବ୍ଲକ ସଂଯୋଜକ ବରୁଣ ବିଭାର, ଜ୍ଞାନରଞ୍ଜନ ସାମଲ, କ୍ଷେତ୍ରବାସୀ ସେଠୀ, ତ୍ରିଲୋଚନ ଧରୁଆ, ସୁମନ ରାଉତରାୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।