-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
11-Dec-2022
ଡୁଙ୍ଗୁରିପାଲି/ଏସ.ରାମପୁର-(ଅରବିନ୍ଦ ମିଶ୍ର)- ରାମପୁର ଶ୍ରୀରାମ କଲେଜର ଅର୍ଥନୀତି ବିଭାଗ ପୋକ୍ଷରୁ ଏହି ବର୍ଷର ପ୍ରଥମ ଆଲୋଚନା ଚକ୍ର କଲେଜ ଅଧ୍ୟକ୍ଷ ତରଣୀସେନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଅର୍ଥ ବ୍ୟବସ୍ଥାରେ ସାମ୍ପ୍ରତିକ ପ୍ରତିବନ୍ଧକ ଶୀର୍ଷକ ଉପରେ ଅନୁଷ୍ଠିତ ଆଲୋଚନା ଚକ୍ରରେ କଲେଜ ପରିଚାଳନା କମିଟୀର ସଭାପତି ରମେଶଚନ୍ଦ୍ର ପୁଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅର୍ଥନୀତି ବ୍ୟବସ୍ଥା ଉପରେ ଆଲୋକପାତ କରିଥିବା ବେଳେ ଡୁଙ୍ଗୁରିପାଲି ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ସୁଭାଷ ଚନ୍ଦ୍ର ଭୁଏ ଆଲୋଚକ ଭାବରେ ଯୋଗ ଦେଇ ଅର୍ଥନୀତିର ସମସ୍ୟା ଓ ସଂସ୍ଥିତି ଉପରେ ବିଷଦ ଆଲୋଚନା କରିଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପକ ଦଶରଥ ସୁନା ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ଛାତ୍ରୀ ମହିମାଦ୍ରୀ ମାଝୀ, ଜୁଲି ପଧାନ, ଶ୍ରୀୟାଲକ୍ଷ୍ମୀ ମହାକୁର, ଛାତ୍ର ରୁପେଶ ବେହେରା, ଜୟନ୍ତ କୁମ୍ଭାର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅଧ୍ୟାପିକା ଗାୟତ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ହିମାଦ୍ରୀ ମାଝି, ଜୟା ଖାଁ, ଜୟନ୍ତ କୁମ୍ଭାର ସ୍ୱାଗତ ସଙ୍ଗୀତ ପରିବେଶଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଯୁକ୍ତ ତିନି ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଏହି ସଭାରେ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସଭାର ଶ୍ରୀବୃଦ୍ଧି୮ କରିଥିଲେ ।