-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
11-Dec-2022
ବଲାଙ୍ଗିର, ବଲାଙ୍ଗିର ଅମଲା ଭବନ ଠାରେ ମାନବ ଅଧିକାର ଦିବସ ପାଳନ ଅବସରରେ ଏକ ଆଲୋଚନା ଚକ୍ର “ସାଂପ୍ରତିକ ସ୍ଥିତିରେ ମାନବ ଅଧିକାର ଓ ସୂଚନା ଅଧିକାର ଆଇନ” ବିଷୟକୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମାନବ ଅଧିକାର ଏବଂ ସୂଚନା ଅଧିକାର ଆଇନ ବିଷୟରେ ଅନେକ ତଥ୍ୟ ସଭାରେ ଉପସ୍ଥାପନ କରିଥିଲେ । ପାଉଟିଷ୍ଟ ବ୍ଲକ ଇଣ୍ଡିଆର ରାଜ୍ୟ ଆବାହକ କେଦାର ସାହୁ ସୂଚନା ଅଧିକାର ଆଇନ ଏବଂ ମାନବାଧିକାର ସଂପର୍କରେ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଥିଲେ । ନବସେତୁ ପତ୍ରିକାର ଏଡିଟର ପରଦେଶୀ ବିଶ୍ୱାଳ ମାନବାଧିକାର ଏବଂ ଗଣତନ୍ତ୍ର ପ୍ରକ୍ରିୟା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏଫ୍ଏସ୍ଡି ର ସଂଯୋଜକ ବିଲହେନ ସାଗର ମାନବାଧିକାର ବାବଦରେ ଦୃଷ୍ଟିପାତ କରିଥିଲେ । ସୂଚନା ଅଧିକାର କର୍ମୀ ନିଳମଣି ଯୋଷୀ ସୂଚନା ଅଧିକାର ଆଇନ ୨୦୦୫ ସଂପର୍କରେ ମତାମତ ରଖିଥିଲେ । ସତ୍ୟ ବନଛୋର ସଭାପତିତ୍ୱ କରିଥିଲେ ଏବଂ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ କଳାକାର, ଚାଷୀ, ନାରୀ ସମାଜ, ବିଭିନ୍ନ ସଂଗଠନ ର ସଦସ୍ୟ ଯୋଗଦାନ କରିଥିଲେ । ଅନେକ ସୂଚନା ଅଧିକାର କର୍ମି ଯଥା ଅନଙ୍ଗ କୁମାର ଠାକୁର, କେଦାର ନନ୍ଦ, ଗୋପବନ୍ଧୁ ଛତ୍ରିଆ, ଶୁକ୍ରୁ ବିଶ୍ୱାଳ, ସୁମନ୍ତ ମେହେର, ସଦାନନ୍ଦ ଦେବତା, ମଧୁ କ୍ଷେତୀ, ଡୋଳାମଣି ପଧାନ, ଯଦୁମଣି ବାରିକ, କାଳିନ୍ଦ୍ରି ମାଝି, ଶିବ ସାହୁ, ପାଣ୍ଡବ ବିଶ୍ୱାଳ ଇତ୍ୟାଦି ଯୋଗ ଦେଇଥିଲେ । ଶେଷରେ ସୂଚନା ଅଧିକାର କର୍ମୀ ଶଙ୍କର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।