-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଗଣ୍ଡାବଜା ପତ୍ରିକା ତରଫରୁ ମାନବିକ ଅଧିକାର ଦିବସ,  ନ୍ୟାୟପାଳିକା ଲୋକଙ୍କ ମାନବିକ ଅଧିକାରକୁ ସୁରକ୍ଷିତ କରୁ - ଅମରେନ୍ଦ୍ର

11-Dec-2022



ବଲାଙ୍ଗିର,ମାନବିକ ଅଧିକାରକୁ ଦେଶର ସମ୍ବିଧାନ ଓ ବିଚାରବିଭାଗ ବିଶେଷ ଗୁରୁତ୍ୱ ପ୍ରଦାନ କରୁଥିଲେ ହେଁ ଲୋକେ ଦୈନନ୍ଦିନ ତାଙ୍କର ମାନବିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଜାତି, ଧର୍ମ, ଲିଙ୍ଗ ଏପରିକି ଖାଦ୍ୟ ପେୟକୁ ନେଇ ତଥାକଥିତ ରାଜନୈତିକ ତଥା ଧାର୍ମିକ ଶକ୍ତି ସମାଜରେ ବିଭେଦ ଓ ଅକ୍ରୋଶ ସୃଷ୍ଟି କରାଉଛନ୍ତି । ବିଗତ କିଛି ସମୟରେ ମହିଳାମାନଙ୍କ ସମ୍ମାନ ଓ ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୁକଦ୍ଦମା ନ୍ୟାୟପାଳିକା ପାଖକୁ ଆସୁ ଆସୁ ଅନେକ ପିଡିତ ନିଜର ଜୀବନ ସଂଘର୍ଷ ହରାଇ ବସୁଥିବା ନଜିର ରହିଛି । ଏଦିଗରେ ନ୍ୟାୟପାଳିକା ଆହୁରି ସମ୍ବେଦନଶୀଳ ହେବା ସହ ଖୋଦ ବିଭିନ୍ନ ଘଟଣାର  ସଜ୍ଞାନ ନେଇ ଦେଶବାସୀଙ୍କ ମାନବିକ ଅଧିକାର ସୁରକ୍ଷିତ କରିବା ଜରୁରୀ ହୋଇ ପଡିଛି ।  ତେବେ, ଏଭଳି ଭିଭିନ୍ନ ଘଟଣାକୁ ବିରୋଧ କରି, ଅନ୍ୟର ଅଧିକାର ଓ ନ୍ୟାୟ ସୁରକ୍ଷିତ କରିବା ପାଇଁ ଲଢେଇ କରୁଥିବା ଓକିଲ, ସମାଜିକ କର୍ମୀ ଓ ସାମ୍ବାଦିକମାନେ ଅକାରଣେ ନ୍ୟାୟପାଳିକାର ଚକ୍ଷୁଶୁଳ ହେବା ଦୁର୍ଭାଗ୍ୟଜନକ ବୋଲି ଗଣ୍ଡାବଜା ପତ୍ରିକା ତରଫରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆୟୋଜିତ ମାନବିକ ଅଧିକାର ଦିବସର ମୁଖ୍ୟ ଅତିଥି ତଥା ବରିଷ୍ଟ ଆଇନଜୀବୀ  ଅମରେନ୍ଦ୍ର ମିଶ୍ର କହିଛନ୍ତି । ସେହିପରି  ସଂପାଦକ ତ୍ରିଲୋଚନ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ  ଭାରତର ଜାତି, ସମ୍ବିଧାନ, ମାନବିକ ଅଧିକାର ଓ ନ୍ୟାୟୀକ ବ୍ୟବସ୍ଥା ଶିର୍ଷକ ଆଲୋଚନା ଚକ୍ରର ମୁକ୍ୟବକ୍ତା ଶିବ ଶଙ୍କର ନନ୍ଦ  ଦେଶରେ ଥିବା ଜାତି ବାଦ ହିଁ ମାନବିକ ଅଧିକାର ହାସଲ ଦିଗରେ ମୁଖ୍ୟ ଅବରୋଧ ସୃଷ୍ଟି କରୁଛି ବୋଲି କହିଥିଲେ । ସେ ଆହୁରି କହିଥିଲେ ଯେ,ଶହ ଶହ ସଂଗ୍ରାମୀ, ଜ୍ଞାନୀ ଗୁଣିମାନେ ବହୁ କଷ୍ଟ କରି ଦେଶର ସମ୍ବିଧାନକୁ ସାକାର କରିଥିଲେ । ଏହି ମହାନ ସମ୍ବିଧାନ ରେ ଦେଶର ପତ୍ୟେକ ନାଗରିକର ମାନବିକ ଅଧିକାରର ସୁରକ୍ଷା ପାଇଁ ବ୍ୟବସ୍ଥା ରହିଛି । ବିଭାଜନକାରୀମାନେ ବାରମ୍ବାର ସମ୍ବିଧାନକୁ ଆକ୍ରମଣ କରି ଗରିବ ଜନସାଧାରଣ ଲୋକଙ୍କ ଅଧିକାର ହନନ ପାଇଁ ହିନ ଚକ୍ରାନ୍ତ ରଚୁଛନ୍ତି । ଦୈନନ୍ଦିନ ଜିବନରେ ଲୋକେ ସମ୍ବିଧାନ ପାଳନ ପ୍ରତି ଯେତେ ଯତ୍ନବାନ ହେବେ ତାଙ୍କର ମାନବିକ ଅଧିକାର ସେତିକି ସୁରକ୍ଷିତ ରହିବ ବୋଲି ଶ୍ରୀ ନନ୍ଦ କହିଛନ୍ତି । ସେହିପରି, ଆମ୍ବେଦକରବାଦୀ ଦୀନେଶ ନାଗ, ଆଦିବାସୀ ଚିନ୍ତକ ଅଜିତ ଭୋଇ ଓ ଶଙ୍କର ନନ୍ଦ ସମ୍ମାନୀତ ଅତିଥିଭାବେ ଯୋଗଦେଇ କଳୁଷିତ ଜାତିପ୍ରଥା ବିରୋଧରେ ଥିବା ନ୍ୟାୟୀକ ବ୍ୟବସ୍ଥା ତଥା ଜନସାଧାରଣଙ୍କ ମାନବିକ ଅଧିକାର ଗହନ ଚର୍ଚ୍ଚା କରିଥିଲେ । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଛାତ୍ରୀ ବର୍ଷାରାଣୀ ସୁନା ନାରିମାନଙ୍କ ମାନବାଧିକାର ପ୍ରସଙ୍ଗକୁ ସୁନ୍ଦର ଭାବେ ଉପସ୍ଥାପିତ କରିଥିଲେ । ସାମ୍ବିଦକ କୁନା ବାଗ କାର୍ଯ୍ୟକ୍ରମ ପରିଚାଳନା କରିବା ସହଧନ୍ୟବାଦ ଜ୍ଞାପନ କରିଥିଲେ ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like