-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
10-Dec-2022
ବଲାଙ୍ଗୀର:- ପ୍ରତିବର୍ଷ ଡିସେମ୍ବର ମାସ ଦ୍ଵିତୀୟ ସପ୍ତାହ ଶନିବାର ଦିନ ପି ପି ଏକାଡେମୀ ୧୯୮୦ ବେଚ୍ ର ବନ୍ଧୁମିଳନ ମହା ସମାରୋହରେ ପାଳିତ ହୁଏ।ଚଳିତ ବର୍ଷ ମଧ୍ୟ ମହାସମାରୋହରେ ବନ୍ଧୁ ମିଳନ ମାଠାଖାଇ ନିକଟସ୍ଥ ଏକ ଫାର୍ମ ହାଉସ ଠାରେ ପାଳିତ ହେଉଛି।ପ୍ରାରମ୍ଭରେ ଦିବଂଗତ ବନ୍ଧୁ ସୁମନ୍ତ ଭୋଇ ଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ଜିଲ୍ଲା ତଥା ଜିଲ୍ଲା ବାହାରେ କାର୍ଯ୍ୟରତ ଥିବା ଅନେକ ସାଙ୍ଗ ମାନେ ଆସି ଏକତ୍ରିତ ହୋଇ ପୁରୁଣା ସ୍ମୁତି କୁ
ମାନେ ପକାଇ ନିଜକୁ ଆନନ୍ଦ ଉଲ୍ଲାସ ରେ କିଛି ସମୟ ପାଇଁ ହଜାଇ ଦେଇଥିଲେ।ଏହା ସହ ଏକ ବଣଭୋଜି ର ଆୟୋଜନ କରାଯାଇଥିଲା ।ଗୋଟିଏ ବର୍ଷ ର ବ୍ୟବଧାନ ପରେ ସ୍କୁଲ ସାଙ୍ଗ ମାନେ ଏକାଠି ଭେଟ ପଡ଼ିଥିବାରୁ ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ହୋଇଥିଲା ।ବ୍ୟସ୍ତମୟ ଜୀବନରେ ବାହାରୁ ଆସି ଆମ ଗହଣରେ ତାଙ୍କ ମୂଲ୍ୟବାନ ସମୟ ଦେଇଥିବାରୁ ଆୟୋଜକ କମିଟି ତରଫରୁ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।