-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||     

HOME   ଜିଲ୍ଲା

ଦିର୍ଘ ଦୁଇ ବର୍ଷ ପରେ ସିନ୍ଧେକେଲାରେ ଆମ ପୋଲିସ ସମିତି ବୈଠକ। 

10-Dec-2022



ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଭ୍ୟର୍ଥନା କକ୍ଷରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସିନ୍ଧେକେଲା ଥାନା ଜିଲ୍ଲା ସଦର ମହକୁମାରୁ ଶହେ କିଲୋମିଟର ଦୁର ପଡୁଥିବାରୁ ଜିଲ୍ଲା ଅଧିକାରୀ ମାନଙ୍କ ପାଦ ଏଠି କାଁ ଭାଁ ପଡିଥାଏ। ସିନ୍ଧେକେଲା ବଲାଙ୍ଗୀର, କଳାହାଣ୍ଡି ଓ ନୁଆପଡା ଜିଲ୍ଲାର ସିମାନ୍ତରେ ଅବସ୍ଥିତ ଥିବାରୁ ଏହି ଥାନାର ଗୁରୁତ୍ବ ବେଶ ମହତ୍ବପୂର୍ଣ୍ଣ। କିନ୍ତୁ ସବୁ ନିର୍ଭର କରେ ଏଠାରେ ନିଯୁକ୍ତି ପାଇଥିବା ଥାନା ଅଧିକାରୀଙ୍କ ଉପରେ । ପୋଲିସ ପ୍ରଶାସନ ଓ ସାଧାରଣ ଲୋକଙ୍କ ମଧ୍ଯରେ ସମନ୍ବୟ ରକ୍ଷାକରିବା, ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସ ବଢାଇବା ତଥା ପୋଲିସ ଥାନା ଅଞ୍ଚଳରେ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ଖୋଲାଖୋଲି ଆଲୋଚନା କରି ସମସ୍ୟାର ସମାଧାନ କରିବା କିମ୍ବା ସମସ୍ୟା ବିଷୟରେ ଉଚ୍ଚ ଅଧିକାରିଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସରକାର ସମସ୍ତ ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସିନ୍ଧେକେଲା ରେ ଆଇଆଇସି ଭାବେ ପଞ୍ଚାନନ ନାଏକ ଯୋଗ ଦେବାପରେ ଆଉ ଆମ ପୋଲିସ ସମିତି ବୈଠକ ଡାକିଲେ ନାହିଁ ତାଙ୍କ ପରେ ଆସିଥିବା ଆଇଆଇସି ଆଲୋକ ବେହେରା ମଧ୍ଯ କୌଣସି ବୈଠକ ଡାକିଲେ ନାହିଁ । ଫଳରେ ଜନସାଧାରଣ ଓ ପୋଲିସ ପ୍ରଶାସନ ମଧ୍ଯରେ ଦୁରତା ବଢିବାରେ ଲାଗିଲା ଓ ଶେଷରେ ଆଇଆଇସି ଆଲୋକ ବେହେରା ଭିଜିଲାନ୍ସ ହାବୁଡରେ ପଡି ଏବେ ଜେଲ ହାଜତରେ। ତାଙ୍କ ସ୍ଥାନରେ ମଙ୍ଗଳବାର ନୁତନ ଆଇଆଇସି ଭାବେ ଯୋଗ ଦେଇଛନ୍ତି ବି ରୁଦ୍ରିଆ ଓ ସେ ଏହି ବୈଠକ ପୁଣି ଦୁଇ ବର୍ଷ ପରେ ଆରମ୍ଭ କରିଛନ୍ତି । ଏଥିରେ ସିନ୍ଧେକେଲା ଥାନା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଅଞ୍ଚଳରେ ଦେଖା ଦେଇଥିବା ଟ୍ରାଫିକ ସମସ୍ୟା, ପୋଲିସ ଷ୍ଟେସନ କୁ କୌଣସି ବିଷୟରେ ଅଭିଯୋଗ କରିବାକୁ ଆସିଲେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିବା ଯୋଗୁଁ ଅଞ୍ଚଳର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବିଷୟରେ ଅବଗତ କରିଥିଲେ। ଏହା ଜାଣିବା ପରେ ଆଇଆଇସି ମୁଁ ଆସିବା ପରେ  ସାଧାରଣ ଲୋକ ତଥା ଥାନାକୁ ଆସୁଥିବା ଯେ କୌଣସି ଅଭିଯୋଗ କାରୀଙ୍କ ବସିବା ବ୍ୟବସ୍ଥା, ପାଣୀ ଓ ଚା ବ୍ୟବସ୍ଥା ଶୀଘ୍ର ଆରମ୍ଭ କରାଯାଉଛି। ଏବଂ ଅଭିଯୋଗ କାରୀ ଆସିଲେ ଅଭିଯୋଗ ଶୁଣିବା ଓ କାର୍ଯ୍ୟକାରୀ କରାଯିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଳି ଆଶ୍ବାସନା ଦେଇଥିଲେ । ଆଗକୁ ବିଭିନ୍ନ ପଞ୍ଚାୟତ ମୁଖ୍ୟାଳୟର ମାନଙ୍କରେ ଆମ ପୋଲିସ ସମିତି ବୈଠକ କରାଯିବ ଓ ଗୁଣିଗାରେଡି କୁ ନେଇ ଲୋକଙ୍କୁ

ସଚେତନ କରାଯିବ। ପରେ ଆଜିକାଳି ହେଉଥିବା ବିଭିନ୍ନ ଠକେଇ ପ୍ରତି ସାବଧାନ ରହିବା ତଥା ବିଭିନ୍ନ ଉପାୟରେ ଚୋରୀ ହେଉଥିବା ଏକ ଡେମୋ ଦେଖାଇଥିଲେ। ଗୁରୁତ୍ବପୂର୍ଣ୍ଣ କଥାହେଲା କିଛିବର୍ଷ ତଳେ ଥିବା ରଞ୍ଜନ ବରିହା, ଅନନ୍ତ ପ୍ରଧାନ ଭଲି ଦୁଇଜଣ ଥାନାଧିକାରିଙ୍କ କାର୍ଯ୍ୟଶୈଳୀ ଉପରେ ଉପସ୍ଥିତ ସମସ୍ତ ସଭ୍ଯ ଭୂରିଭୂରି ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ଯରେ ଏସଆଇ ଜୟଶଙ୍କର ଆଚାର୍ଯ୍ଯ, ସିନ୍ଧେକେଲା ବଣିକସଂଘ ସଭାପତି ସୁବାଶ ଜୈନ, ପୂର୍ବ ସଭାପତି ସରୋଜ ଜୈନ, ସରପଞ୍ଚ ନରେଶ ଅଗ୍ରୱାଲ, ସମିତିସଭ୍ଯ ଭୋଲାନାଥ ବେହେରା , ବଲାଙ୍ଗୀର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ମୁକେଶ ଜୈନ, ସମ୍ପାଦକ ଅନିଲ ନାଏକ, ସାମ୍ବାଦିକ ଅନିଲ କୁମାର ତ୍ରିପାଠୀ, ପୂର୍ବ ଜିଲ୍ଲାପରିଷଦ ସଦସ୍ଯ ସଞ୍ଜୀବ ସାହୁ , ଯୁବନେତା ଯୁବରାଜ ବାଗ, ଝଲପ ସରପଞ୍ଚଙ୍କ ପ୍ରତିନିଧି ଗୋବିନ୍ଦ ପୁଟେଲ, ଅର୍ସାତୁଲା ସରପଞ୍ଚଙ୍କ ପ୍ରତିନିଧି ଟଙ୍କଧର ପୁଟେଲ , କୁରସୁଡ ସରପଞ୍ଚ ଙ୍କ ପ୍ରତିନିଧି ନିମାଇଁ ଚରଣ ବେହେରା , ଗଣ୍ଡା ବେହେରା , ଜ୍ୟୋତି ସାହୁ , କୁନା ବାମିଡି , ସିନ୍ଧେକେଲା ଫରେଷ୍ଟର,ଫରେଷ୍ଟ ଗାର୍ଡ କିର୍ତ୍ତିଚନ୍ଦ୍ର ସୁଆର, ଆରଆଇ ଦୁଲ୍ଲବ ନାଏକ, ଗନ୍ଧର୍ଲା ଆରଆଇ ଏଲନ ବେହେରା   ଙ୍କ ସହ ଅନେକ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026

You Might Also Like