-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
08-Dec-2022
ବଲାଙ୍ଗିର(ପ୍ରେରଣା ଖବର) , ସ୍ଥାନୀୟ ଐତିହ୍ୟ ସମ୍ପନ୍ନ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ସଂପର୍କିତ ପ୍ରକଳ୍ପ ପ୍ରଦର୍ଶନୀ ର ଉଦ୍ଯାପନୀ ଉତ୍ସବ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମାନ୍ୟବର ବିଧାୟକ ବଲାଙ୍ଗିର ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ଶୃଙ୍ଖଳା ଜ୍ଞାନ ଓ ବିଜ୍ଞାନ
ପ୍ରତି ଆଗ୍ରହ ରଖିବା ପାଇଁ ପରାମର୍ଶ ଦେଇଥିଲେ । ସଭାର ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ଗୁଣାତ୍ମକ ପ୍ରକଳ୍ପ ତିଆରି କରିବା ପାଇଁ ଛାତ୍ର ଛାତ୍ରୀ ଓ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଗୁରୁତ୍ୱ ଆରୋପ କରିଥିଲେ । ସମ୍ମାନୀତ ଅତିଥି ଭାବରେ ବଲାଙ୍ଗିର ବନ ମଣ୍ଡଳ ଅଧିକାରୀ ନିତିଶ କୁମାର ନିଜ ଅଭିଜ୍ଞତା ରୁ ପ୍ରକଳ୍ପ ନିର୍ମାଣର ବର୍ଣ୍ଣନା କରି ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଡ. ରାହୁଲ ପ୍ରକାଶ, ଏନ୍.ଆଇ.ଏଫ୍.ଡି.ଏସ୍.ଟି ଭାରତ ସରକାରଙ୍କର ପ୍ରତିନିଧି ଭାବରେ ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ । ଏହି ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ସନାତନ ଠାକୁର ଯୋଗ ଦେଇ ନିଜ ନିଜ ମତାମତ ପ୍ରଦାନ କରିଥିଲେ । ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ସରୋଜ କୁମାର ନାୟକ ବିଜ୍ଞାନ ମେଳାର ବିବରଣୀ ପ୍ରଦାନ କରିଥିଲେ । ବିଚାରକମାନଙ୍କ ଦ୍ୱାରା ରାଜ୍ୟ ସ୍ତରକୁ ୭ଟି ପ୍ରକଳ୍ପ ମନୋନୀତ କରିଥିଲେ, ସେ ଗୁଡିକ କୃିଷ୍ଣାରାଣୀ ପାତ୍ର, ସରକାରୀ ବାଳିକା ବିଦ୍ୟାଳୟ, ବେଲପଡାର ପ୍ରକଳ୍ପ ଲାଇଫ୍ ହାଇ, ଆମଜିର ଭାଟି, ନୋଡାଲ ୟୁପି ସ୍କୁଲ ଲାଠୋର ଙ୍କ ପ୍ରକଳ୍ପ ସୋଲାର ଗ୍ଲାସ କଟର, ସୁପ୍ରିୟା ସାହୁ, ଓ.ଏ.ଭି. ଚନ୍ଦ୍ରପୁର ସୋଲାର ଅଟୋ କ୍ଲେଭ, ପ୍ରିତ ଅନୁରାଗ ଠାକୁର, ଓ.ଏ.ଭି. ଭାଲୁମୁଣ୍ଡାର ଥାର୍ଡ ଆଇ, ସୋନାଲି ଗହିର ଓ ଏ.ଭି. ବିବିନାର ଅଟୋ ଡିଗ୍ରେଡେସନ ଅଫ୍ ପ୍ଲାଷ୍ଟିକ, ଆଲିଶା ତାଣ୍ଡି, ସୁରଜ ମଲ ହାଇସ୍କୁଲ, ସାଉନ୍ତପୁରର ଓମେନ ସେଫ୍ଟି ଡିଭାଇସ, କାଜଲ ମେହେର, ଓଏଭି, ବିବିନା ର ମେଥମିଟିକାଲ ସ୍କୁଲ ଏବଂ ଜିଲ୍ଲା ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନ ପ୍ରତିଯୋଗିତା ରେ ୧୩ ଗୋଟି ପ୍ରକଳ୍ପ ରାଜ୍ୟ ସ୍ତରକୁ ମନୋନୀତ ହୋଇଛି । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଶ୍ରେଷ୍ଠ ମାର୍ଗଦର୍ଶକ ଶିକ୍ଷକ ଭାବରେ ସ୍ୱସ୍ତି ବିଦ୍ୟାପୀଠ ଦେମୁହାଣର ହୃଷିକେଶ ମେହେର ଓ ସଚ୍ଚିଦାନନ୍ଦ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକତା ପଟେଲଙ୍କୁ ପୁରସ୍କୃତ କରାଯାଇଛି ଓ ପରିତୋଷ ମେମୋରିଆଲ ଟ୍ରଫି ପଂଚାୟତ ହାଇସ୍କୁଲ ଅମ୍ବାପାଲିର ଅନିଲ କୁମାର ନନ୍ଦଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଲା ବିଜ୍ଞାନ କମିଟିର ସମସ୍ତ ସଦସ୍ୟ ତଥା
ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା କର୍ମଚାରୀ ସହଯୋଗ କରିଥିଲେ । ପୁରସ୍କାର ବିବରଣୀ କାର୍ଯ୍ୟକ୍ରମକୁ ପରିଚାଳନାକୁ ଆନନ୍ଦ ବଡପଣ୍ଡା, ଶିବ ପ୍ରସାଦ ତ୍ରିପାଠୀ, ଅନୀଲ ନନ୍ଦ, ଅଶ୍ୱିନୀ ଷଡଙ୍ଗୀ, ବିଶ୍ୱଜିତ ପଧାନ ସହଯୋଗ କରିଥିଲେ । ରାମ ଗୋପାଳ ଖମାରୀ ଶର୍ମା ମଂଚ ପରିଚାଳନା କରିଥିବା ବେଳେ ପି.ଆର. ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।