-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
07-Dec-2022
ଧର୍ମଗଡ (କ୍ରିଷ୍ଣା ଦାସ ନାଏକ) କଳାହାଣ୍ଡି ଉତ୍ସବ ଧର୍ମଗଡ ପାଇଁ ଆଜି ସ୍ଥାନୀୟ ବ୍ଲକ ସଭା ଗୃହ ଠାରେ ପ୍ରଚାର ପ୍ରସାର କମିଟି ର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ବୈଦ୍ୟନାଥ ବେହେରା, ଇଙ୍ଗିତ କୁମାର ପଣ୍ଡା, ଉମେଶ ଦୁରିଆ, ସାମ୍ବାଦିକ କୃଷ୍ଣ ଦାସ ନାଏକ ,ପ୍ୟାରି ଲାଲ ଦୁର୍ଗା, ପ୍ରମୋଦ ପଣ୍ଡା, ଜନ୍ମେଜୟ ନାଏକ,ନରେଶ ସୁନାନୀ, ସୌମ୍ୟ ରଞ୍ଜନ ନାଏକ, ରମେଶ ସାଗର,ରୋହିତ ବାଗ,ଓ ବାଜି ପ୍ରଧାନ ଙ୍କ ସମେତ ବହୁ ସାମ୍ବାଦିକ ମାନେ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇ ଥିଲେ।
ଏହି ବୈଠକରେ ସର୍ବ ସମ୍ମତି କ୍ରମେ କମିଟି ପକ୍ଷରୁ ମୂଖ୍ୟ ରାସ୍ତା କଡରେ ହୁଡିଙ୍ଗ ଓ ରୋଡ଼ ଆର ଚିସ ନିର୍ମାଣ, ସ୍ଥାନୀୟ କେଦାର ଡ଼ି ସ ମାଧ୍ୟମରେ ୩ ଦିନ ଲାଇଭ ଟେଲିକାଷ୍ଟ, ମାଇକ ଯୋଗେ ବିଭିନ୍ନ ବ୍ଳକ ଅଞ୍ଚଳରେ ପ୍ରଚାର ଓ ପ୍ରସାର,ଓ ଉତ୍ସଵ ସମ୍ବଧିତ ବିଭିନ୍ନ ପ୍ରତିଯୋଗିତା ଓ ତିନି ଦିନ ଧରି ହେବା ଥିବା କଳାହାଣ୍ଡି ଉତ୍ସବ ର ବିଭିନ୍ନ ଖବର କୁ ନିଜ ନିଜ ପ୍ରିଣ୍ଟ ମିଡିଆ, ସେଟେଲାଇଟମେଡିଆ ,ୱେବ ମେଡିଆ ଓ ସାମାଜିକ ଗଣ ମାଧ୍ୟମରେ ପ୍ରଚାର ଓ ପ୍ରସାର ପାଇଁ ସ୍ଥିର ହୋଇଥିଲା।
ଉପ ଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।