-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
06-Dec-2022
ବଲାଙ୍ଗୀର,- ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ଗଣେଶ୍ୱର ମହାନ୍ତିଙ୍କ ଏକାଦଶାହ ଅବସରରେ ସ୍ଥାନୀୟ ଭଗବତୀ କଲ୍ୟାଣ ମଣ୍ଡପରେ ଏକ ସ୍ମୃତିସଭା ଆୟୋଜିତ ହୋଇଥିଲା । ଛାତ୍ର ହିଁ ଶିକ୍ଷକଙ୍କ ପ୍ରକୃତ ଉପଲବ୍ôଧ ବୋଲି ବକ୍ତାମାନେ ସ୍ମୃତିସଭାରେ ବକ୍ତବ୍ୟ ରଖିବା ସହ ଗଣେଶ୍ୱର ମହାନ୍ତିଙ୍କ ଶୈକ୍ଷିକ ଉବଲବ୍ôଧ ସମ୍ପର୍କରେ ଆଲୋଚନା କରିଥିଲେ । ଶିବାନନ୍ଦ ଦାସ ଏବଂ ବୀରେନ୍ଦ୍ର କୁମାର ଝାଙ୍କରଙ୍କ ଯୁଗ୍ମ ସଂଯୋଜନାରେ ଆୟୋଜିତ ସ୍ମୃତି ସଭା ପ୍ରାରମ୍ଭରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ସ୍ମୃତିରେ ଗଣେଶ୍ୱର ପୁସ୍ତକ ଉନ୍ମୋଚନ କରିଥିଲେ । ଏହି ଉନ୍ମୋଚନ ସଭାରେ ଗୋକୁଳାନନ୍ଦ ମହାନ୍ତି, ଅଖିଳ ଦାସ, ବରିଷ୍ଠ ସାମ୍ବାଦିକ ସୁବାସ ପଣ୍ଡା, କପିଳ ପତି, ଜ୍ଞାନେନ୍ଦ୍ର ମହାନ୍ତି, ଆଡଭୋକେଟ ଅମୀୟ ମହାନ୍ତି, ସୁନୀଲ ମହାନ୍ତି, ଅଜିତ ମହାନ୍ତି, ଧୀରେନ୍ଦ୍ର ମହାନ୍ତି, ସୁନୀଲ ମହାନ୍ତି, ପ୍ରେସ କ୍ଳବ୍ ସଭାପତି ଅରୁଣ ମିଶ୍ର ଉପସ୍ଥିତ ଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସ୍ୱର୍ଗତ ମହାନ୍ତିଙ୍କ ଛାତ୍ର ପ୍ରଫେସର ଡ. ଶିବପ୍ରସାଦ ନନ୍ଦ, ବାଞ୍ଚାନିଧି ମିଶ୍ର, ଦାମୋଦର ସେଠୀ, କିଶୋର ରଥ, ନାରାୟଣ ମିଶ୍ର, ସୁରେନ୍ଦ୍ର ନେଗୀ, ଭଗବାନ ବଗର୍ତ୍ତୀ, ହରିନାରାୟଣ ପୂଜାରୀ, ଘାସିରାମ ବେହେରା, ଚିଦାନନ୍ଦ ବେହେରା, ପ୍ରମୋଦ ରଥ, ସଞ୍ଜୀବ ରଥ, ପ୍ରଶାନ୍ତ ମହାକୁର, ପ୍ରଦୀପ୍ତ ମହାନ୍ତି, ତାରିଣୀ ମହାନ୍ତି, ଶଶୀଭୂଷଣ ପୁରୋହିତ, ବିଭୁକଲ୍ୟାଣ ଗଡତ୍ୟା, ସୁରେନ୍ଦ୍ର ନେଗୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ୱର୍ଗତ ମହାନ୍ତିଙ୍କ ଶିକ୍ଷକ ଜୀବନର ବହୁ ସ୍ମୃତି ବର୍ଣ୍ଣନା କରିଥିଲେ । ୫୦ ଦଶକରେ ଗ୍ରାମୀଣ ବଲାଙ୍ଗୀରରେ ପ୍ରାଥମିକ ଏବଂ ଉଚ୍ଚଶିକ୍ଷାର ଉନ୍ନତିି ଦିଗରେ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ୧୯୮୭ ମସିହାରେ ତାଙ୍କୁ ରାଜ୍ୟପାଳ ପୁରସ୍କାର ପ୍ରଦାନ କରାଯାଇ ଚାକିରୀ ଦୁଇବର୍ଷ କାଳ ବୃଦ୍ଧି କରାଯାଇଥିଲା । ଜଣେ ସରଳ, ଅମାୟିକ ଏବଂ ମିଷ୍ଟଭାଷୀ ବ୍ୟକ୍ତି ଓ ଆଦର୍ଶ ଶିକ୍ଷକ ଭାବେ ସେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ ବୋଲି ବକ୍ତାମାନେ କହିଥିଲେ ।