-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଅପରାଧ

ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଲା ସମ୍ପର୍କୀୟ ମାମୁଁ// ପ୍ରତାରଣା ସହ ଜୀବନରେ ମାରିଦେବାର ଧମକ ପରେ ଥାନାର ଦ୍ୱାରସ୍ଥ ହେଲା ଭାଣେଜି

02-Dec-2020



ପାଟଣାଗଡ(ପ୍ରେରଣା ଖବର)- ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା କାଦୋପଡାର ଜଣେ ୨୪ ବର୍ଷିଆ ଯୁବତୀ ଭାଣେଜିକୁ ନିଜ ସମ୍ପର୍କୀୟ ମାମୁଁ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖି ଆସୁଥିଲା । ବିବାହର କଥା ଭାଣଜି ଉଠାଇବାରୁ ସେହି ପଡାର ସମ୍ପର୍କୀୟ ମାମୁଁ ସୈାମ୍ୟରଜଂନ ମେହେର (୨୬) ତାଙ୍କୁ ପ୍ରତାରଣା ଦେବା ସହ ଜୀବନରେ ମାରିଦେବା ଧମକ ଦେଇଥିଲା । ଏପରିକି ସୈାମ୍ୟଙ୍କ ପରିବାର ବର୍ଗ ପୂଜା ସହ ତାଙ୍କ ପରିବାର ବର୍ଗକୁ ମାରପିଟ ସହିତ ଜୀବନରେ ମାରିଦେବାର ଧମକ ଦେଇ ଘରୁ ବାହାର କରିଦେଇ ଘରେ ତାଲା ପକାଇ ଦେଇଥିବା ଥିବା ନେଇ ମା ଓ ଝିଅ ପୃଥକ ଭାବରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ପତ୍ରକୁ ରଖି ଟାଳଟୋଳ ନୀତି ଅବଳମ୍ବନ କରୁଥିବାରୁ ଗତ କାଲି ସୋମବାର ଦିନ ଯୁବତୀ ଜଣକ ନିଜ ବାପା ମାଙ୍କ ସହିତ ବଲଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଗତ କାଲି ରାତ୍ରି ୧୦ ସମୟରେ ମା ଓ ଝିଅଙ୍କ ଲିଖିତ ଅଭିଯୋଗକୁ ପୁଲିସ ଗ୍ରହଣ କରି ମାମଲା ରୁଜୁ କରିଥିଲା । ପୁଲିସ ଘଟଣା ସମ୍ପର୍କରେ ଗଣମାଧ୍ୟମ ପ୍ରତିନୀଧିକୁ କିଛି ସ୍ପଷ୍ଟ ଖବର ଦେଉ ନଥିବା ବେଳେ ଯୁବତୀ ଭାଣଜୀ ଓ ତାଙ୍କ ବାପା ମଦନ ଏବଂ ମା ମଲ୍ଲି ମେହେର ସୈାମ୍ୟରଜଂନକୁ ପୁଲିସ ସୈାମ୍ୟର ବିବାହରେ ସହଯୋଗ କରୁଥବା ନେଇ ଗଣମଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ଅଭିଯୋଗ କରିଛନ୍ତି ।   
ପ୍ରକାଶଥାଉକି ଯୁବତୀ ଭାଣଜୀ ପୂଜାଙ୍କ ଅଭିଯୋଗ ମୁତାବକ ସୈାମ୍ୟଙ୍କ ପରିବାର ସହିତ ତାଙ୍କ ପରିବାରର ସୁସମ୍ପର୍କ ଥିଲା । ସୁସମ୍ପର୍କ ଯୋଗୁଁ ଆଜିକୁ ଦେଢ ବର୍ଷ ପୂର୍ବେ ତାଙ୍କ ସମ୍ପର୍କୀୟ ମାମୁଁ ସୈାମ୍ୟଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସୈାମ୍ୟଙ୍କ ନିର୍ବନ୍ଧ ପରେ ଉଭୟଙ୍କ ଭିତରେ ବଚସା ଲାଗି ରହିଥିଲା । ଗତ୨୭ ତାରିଖ ଦିନ ସୈାମ୍ୟ ମୋତେ ଆମ କାଦୋପଡା ଛକ ଠାରେ ଅଟକାଇ ଥିଲା । ଏହା ପରେ ମୋର ବିବାହ ବୈାଦ୍ଧ ଜିଲ୍ଲାର ବୁଟୁପାଲି ଗ୍ରାମରେରେ ହେବାକୁ ଯାଉଛି ବୋଳି କହିଥିଲା । ଯଦି ତୋର ସତ ସାହାସ ଅଛି ତାହା ହେଲେ ତୁ ମୋର ଶାଶୁ ଘରକୁ ଯାଇ ତୋର ଓ ମୋର ଶାରିରୀକ ସମ୍ପର୍କ ବିଷୟରେ କହିକି ଦେଖା ବୋଲି ଧମକ ଦେଇଥିଲା । ସୈାମ୍ୟଙ୍କ ଠାରୁ ପୂଜା ଏପରି କଥା ଶୁଣି ଭାଙ୍ଗି ପଡି ଆମ ଭିତରେ ଗଢି ଉଠିଥିବା ପ୍ରେମ ସର୍ମ୍ପକକୁ ନେଇ ତାଙ୍କୁ ଅନେକ ହାରିଗୁହାରୀ ସହିତ ତମେ ମୋ ପ୍ରତି ଏମିତି କର ନାହିଁ ବୋଲି ଅନୁରୋଧ କରିଥିଲା । କିନ୍ତୁ ସୈାମ୍ୟର ଏହି ଜିଦ୍ ଯୋଗୁଁ  ପୂଜା ନିରାଶ ହୋଇ ଶେଷରେ ପୂଜା କୈାଣସି ଉପାୟ ନପାଇ ଘଟଣା ସର୍ମ୍ପକରେ ନିଜ ବାପା-ମା ସହିତ ପରିବାର ବର୍ଗଙ୍କୁ କହିଥିଲା । ପରିବାରର ସହମତି କ୍ରମେ ପୂଜା ସୈାମ୍ୟଙ୍କ ଚ୍ୟାଲେନ୍‌ଜ ମୁତାବକ ନିଜ ବାପା ସହିତ ସେହି ଗାଁ ରେ ପହଚିଂ ଉକ୍ତ ପରିବାରକୁ ତାଙ୍କ ସମ୍ପର୍କ ବିଷୟରେ ଅବଗତ କରାଇଥିଲେ । ସେଠାକାର ପରିବାର ବର୍ଗ ବାପା ଓ ଝିଅଙ୍କ ଅଭିଯୋଗ ମୁତାବକ ସମସ୍ତ ଘଟଣା ସୈାମ୍ୟଙ୍କ ପରିବାରକୁ ଜଣାଇଥିଲେ । ଏହାପରେ ଉଭୟ ପରିବାର ଭିତରେ ବଚାସା ହୋଇ ସୈାମ୍ୟଙ୍କ ପରିବାର ଲୋକେ ପୂଜାଙ୍କ ଘରକୁ ଯାଇ ଝଗଡା କରି ପରିବାର ବର୍ଗଙ୍କୁ ଘରୁ ବାହାର କରି ଘରେ ତାଲା ପକାଇ ଦେଇଥିଲେ । ପରିବାର ମୁଖ୍ୟ ମଦନ ଓ ତାଙ୍କ ଝିଅ ପୂଜା ଘରେ ନଥିବାରୁ ମଦନଙ୍କ ସ୍ତ୍ରୀ ମଲ୍ଲି ମେହେର ଗତ ୩୦ ତାରିଖ ଦିନ ଘଟଣା ସମ୍ପର୍କରେ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବାପଝିଅ ଘରେ ପହଚିଂ ତଲା ବନ୍ଦ ଥିବା ଦେଖି ପଢୋଶୀଙ୍କୁ ପଚରାଉଚରା କରୁଥବା ସମୟରେ ବାପା ଓ ଝିଅକୁ ମଧ୍ୟ ସେମାନେ ପଡାରୁ ତଡି ଦେଇଥିଲେ । ଏହା ପରେ ପୂଜା ନିଜ ବାପାଙ୍କ ସହିତ ଥାନାର ଦ୍ୱାରସ୍ଥ ହୋଇ ସୈାମ୍ୟ ଓ ତାଙ୍କ ଭିତରେ ଗଢି ଉଠିଥିବା ପ୍ରେମ ସମ୍ପର୍କ ପରେ ପ୍ରତାରଣା ଓ ଶେଷରେ ଜୀବନରେ ମାରିଦେବାର ଧମକ କଥା ଥାନାରେ ଲିଖିତ ଭାବରେ ଜଣାଇଥିଲେ । ପୁଲିସ ମା ଓ ଝିଅଙ୍କ ଅଭିଯୋଗକୁ ରଖି ତମେ ଅଭ୍ୟର୍ଥନା କକ୍ଷରେ ଅପେକ୍ଷା କର ଆମେ ସେମାନଙ୍କୁ ଥାନାକୁ ଡକାଉଛୁ ବୋଳି କହିଥିଲେ ହେଲେ ଦେଢ ଦିନ ଅପେକ୍ଷା ପରେ ମଧ୍ୟ ସ୍ଥାନୀୟ ପୁଲିସ ଠାରୁ ସେମାନେ କୈାଣସି ପ୍ରକାରର ସହାୟତା ନପାଇ ଅନ୍ୟ ଲୋକଙ୍କ ଘରେ ଭୟରେ ମୁଣ୍ଡ ଗୁଞ୍ଜି ରହିଥିଲେ । ଗତ କାଳି ମଙ୍ଗଳବାର ଅପରାହ୍ନ ସମୟରେ ବାପା-ମା ଓ ଝିଅ ବଲାଙ୍ଗିର ଯାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । ଏସପିଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ରାତ୍ରୀ ୧୦ଟାରେ ପୁଲିସ ମା ଓ ଝିଅଙ୍କ ଅଭିଯୋଗ ମୁତାବକ ଦୁଇଟି ପୃଥକ ମାମଲା ରୁଜୁ କରିଥିଲା । କିନ୍ତୁ ଏପର୍ଯ୍ୟନ୍ତ ପୁଲିସ କାହାରିକୁ ବି ଥାନାକୁ ଆଣି ନଥିବା ଥାନା ଅଧିକାରିଣୀ କେ.ପ୍ରିୟଙ୍କା ରାଉତ ରାଏଙ୍କଠାରୁ ଜଣାପଡିଛି । ଅପର ପକ୍ଷରେ ସୈାମ୍ୟଙ୍କ ବିବାହ ଆଜି ବୁଧବାର ବୈାଦ୍ଧ ଜିଲ୍ଲା ସ୍ଥିତ ବୁଟୁପାଲିରେ ଥିବା ଯୋଗୁଁ ପୁଲିସ ଉକ୍ତ ପରିବାର ସହିତ ହାତମିଲାଇ ସେମାନଙ୍କୁ ବିବାହରେ ସହଯୋଗ କରୁଛି ବୋଳି ପୂଜା ଓ ତାଙ୍କ ବାପା-ମା ଗଣାମଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି । ଏପରିକି ସୈାମ୍ୟଙ୍କ ବଡବାପା ପୂଜାଙ୍କ ବାପାଙ୍କୁ ଉଭୟ କେଶକୁ ପ୍ରତ୍ୟାହାର କଲେ ମୁଁ ତୁମ ଝିଅ ପାଇଁ ଉପଯୁକ୍ତ ବର ସାଙ୍ଗକୁ ସମସ୍ତ ପ୍ରକାର ଯାନୀଯୌତୁକ ଦେଇ ଝିଅକୁ ଧୁମଧାମରେ ବିବାହ କରାଇଦେବି ବୋଳି କହିଥିବା ପୂଜାର ବାପା ମଦନ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like