-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
30-Nov-2022
ଭୁବନେଶ୍ୱର: ପଦ୍ମପୁର ନିର୍ବାଚନ ମୈଦାନରେ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫ ତାରିଖରେ ଏହି ଆସନ ପାଇଁ ଭୋଟ୍ ପଡିବ। ଏଥିପାଇଁ ପ୍ରଚାରର ଶେଷ ତାରିଖ ୩ ତାରିଖ ରହିଛି। ଏହାପୂର୍ବ ଦିନ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରର ତିନୋଟି ବ୍ଲକ ଝାରବନ୍ଧ, ପାଇକମାଲ ଓ ପଦ୍ମପୁର ସମାବେଶ କରିବେ ବୋଲି ସୂଚନା ରହିଛି। ଜନସଭା ଜରିଆରେ
ଏହି ଉପନିର୍ବାଚନରେ ବିଜେପି ମଧ୍ୟ ନଜର ସମସ୍ତ ଶକ୍ତି ପ୍ରଦର୍ଶନ କରିଛି। ଚାରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ନରେନ୍ଦ୍ର ସିଂହ ତୋମାର, ବିଶ୍ବେଶ୍ବର ଟୁଡୁଙ୍କ ସମେତ ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବଂ ଜୁଏଲ ଓରାମ ପ୍ରଚାର କରିଛନ୍ତି।
କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି