-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
29-Nov-2022
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ସିଂହୀଜୁବା ପଞ୍ଚାୟତ ଅନ୍ତର୍ଗତ କମିରା ଗ୍ରାମର ଜଣେ ୩ବର୍ଷର ଶିଶୁକନ୍ୟା ଅଚାନକ କୂଅରେ ପଡି ମୃତ୍ୟୁ ବରଣ କରିବା ଘଟଣା ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।ଘଟଣାରୁ ପ୍ରକାଶ ଯେ ସବୁଦିନ ପରି ଗତକାଲି ଶନିବାର ସନ୍ଧ୍ୟାରେ ମଧ୍ୟ ଅଜା ସୁରୁବାବୁ ମହାକୁର ସହିତ ତିନି ବର୍ଷର ନାତୁଣୀ ଯୋଶୀକା ଗ୍ରାମ ନିକଟସ୍ଥ ରାଧାକୃଷ୍ଣ ମନ୍ଦିରକୁ ଯାଇଥିଲେ।ସେଠାରୁ ପ୍ରସାଦ ଖାଇସାରି ହାତ ଧୋଇବା ପାଇଁ ନିକଟରେ ଥିବା ଏକ ନଳକୁପ ପାଖକୁ ଗଲାବେଳେ ବୃଦ୍ଧ ଜଣକ ହଠାତ ଜୁନ୍ତି ପଡି ଯାଇଥିଲେ ଏବଂ ତାଙ୍କ କାଖରେ ଥିବା ନାତୁଣୀ ଛିଟିକି ଯାଇ ପାଖରେ ଥିବା ୩୦ଫୁଟ ଗଭୀର କୂଅରେ ପଡି ଯାଇଥିଲା।ତ୍ୱରିତ ତାକୁ ଉଦ୍ଧାର କରିବାକୁ ପାଖରେ ଥିବା ଲୋକମାନେ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ପରେ ରାମପୁର ରୁ ଦମକଳ ବାହିନୀ ଆସି କୂଅ ଭିତରୁ ଶିଶୁକୁ କାଢିବା ପାଇଁ ପ୍ରୟାସ କରିଥିଲେ ହେଲେ ସେମାନେ ବି ପାରି ନ ଥିଲେ।ଶେଷରେ ପାଖ ଗାଁ ସାନ ଭାଲୁପାଲିର ଗୋବିନ୍ଦ ରାୟ ନାମକ ଜଣେ ସାହାସୀ ବ୍ୟକ୍ତି ନିଜ ଜୀବନକୁ ବାଜି ଲଗାଇ କୂଅ ଭିତରକୁ ପଶି ଶିଶୁକନ୍ୟାକୁ ଉଦ୍ଧାର କରିବା ପରେ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାକୁ ଅଣାଯାଇଥିଲ। ଡାକ୍ତର ଦେଖିବା ପରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ ।ଆଜି ତାର ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା ।ଘଟଣା ଟି ସାରା ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି ।