-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
29-Nov-2022
ବିନିକା(ହିମାଂଶୁ ଶେଖର ପୁଟେଲ)ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷର ଦାବୀ ବାବୁପାଲି-ସାଲେପାଲି ମଧ୍ୟମ ସ୍ଥଳରେ ଅନୁମୋଦିତ ହୋଇଥିବା ସେତୁ ନିର୍ମାଣ ପାଇଁ ଆଜିଠାରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି ।ବିଶେଷ କରି ବର୍ଷା ଦିନରେ ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିବା ଅଞ୍ଚଳର ଜନସାଧାରଣରେ ଖୁସିର ଲହରୀ ଖେଳିଯାଇଛି ।ପ୍ରକାଶ ଥାଉ କି ଏହି ରାସ୍ତାରେ ପ୍ରତିବନ୍ଧକ ସାଜିଥିବା ନଳିଆ ରେ ସେତୁ ନିର୍ମାଣ ହେଲେ ବିନିକା ବ୍ଳକ ଶେଷ ସୀମାରେ ଥିବା ବାବୁପାଳି ଓ ବାଙ୍କ ଘିରିଡି ପଞ୍ଚାୟତର ପ୍ରାୟ ୧୦ଖଣ୍ଡ ଗ୍ରାମର ଲୋକେ ବିଭିନ୍ନ କାମ ନେଇ ବରଗଡ଼ ଜିଲ୍ଲା ଭେଡେନ ଅଞ୍ଚଳକୁ ସହଜରେ ଯିବା ଆସିବା କରିବା ସହିତ ଗମନାଗମନ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ ।ମାନ୍ୟବର ବିଧାୟକ ପଦ୍ମନାଭ ବେହେରାଙ୍କ ଉଦ୍ୟମ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ପ୍ରୟାସରେ ଉକ୍ତ ନାଳ ଉପରେ ଉଚ୍ଚ ପୋଲ ନିର୍ମାଣ ନେଇ କିଛିଦିନ ତଳେ ଅନୁମୋଦିତ ହୋଇଥିଲା ।ଆଜି ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ଏଷ୍ଟିମେଟ ଚୁଡାନ୍ତ ପରେ ଅର୍ଥ ମଞ୍ଜୁର ହୋଇ ଖୁବ ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବବୋଲି ସୂଚନା ମିଳିଛି ।ସର୍ଭେ ସମୟରେ ବିନିକା ବ୍ଳକ ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦଙ୍କ ସମେତ ବାବୁପାଲି ସମିତିସଭ୍ୟ,ଅଞ୍ଚଳ ପ୍ରେମୀ ଉପସ୍ଥିତ ଥିଲେ ।