-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||     

HOME   ଜିଲ୍ଲା

ବିକାଶରେ ବାର୍ଷିକୋତ୍ସବ “ଇଲେକ୍ଟ୍ରା ୨୦୨୨-୨୩”ର ଦ୍ୱିତୀୟ ଦିବସ ଅନୁଷ୍ଠିତ

28-Nov-2022



ବରଗଡ: ବିକାଶର ୨୦ତମ ବାର୍ଷିକୋତ୍ସବ “ଇଲେକ୍ଟ୍ରା ୨୦୨୨-୨୩”ର ଦ୍ୱିତୀୟ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକୋତ୍ସବରେ ଅତିଥିଗଣ ପ୍ରଥମେ ମଙ୍ଗଳଦୀପ ପ୍ରଜ୍ଜ୍ୱଳନ କରି ସଭାର ଉଦ୍‌ଘାଟନ କରିଥିଲେ । ବିକାଶ ସ୍କୁଲ୍ ଅଫ୍ ବିଜ୍‌ନେସ୍ ମ୍ୟାନେଜ୍‌ମେଣ୍ଟ୍‌ର ଅଧ୍ୟକ୍ଷ ଡ.କ୍ଷୀରୋଦ କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିକାଶ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଅଧ୍ୟକ୍ଷ ଇଂ.ଅଜୟ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଓଡ଼ିଶା ସିନେମା ଜଗତର ଜଣାଶୁଣା ସଫଳ ନିର୍ଦ୍ଦେଶକ, ପ୍ରଯୋଜକ, ଲେଖକ ଓ ଜାତୀୟ ସ୍ତରରେ ଫିଲ୍ମ୍ ଏୱାର୍ଡ୍ ପ୍ରାପ୍ତ ଶ୍ରୀ ସବ୍ୟସାଚୀ ମହାପାତ୍ର ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ବିକାଶ ଫାଷ୍ଟ୍ ଷ୍ଟେପ୍‌ର ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପଲତା ମହାପାତ୍ର ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ବିକାଶ ଶିକ୍ଷାନୁଷ୍ଠାନ ସମୁହର ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା ବିକାଶ

ହାୟର୍ ଏଜୁକେସନାଲ୍ ଇନ୍‌ଷ୍ଟିଚ୍ୟୁସନ୍‌ସ୍ ଅନ୍ତର୍ଗତ ବିକାଶ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଡିଗ୍ରୀ କଲେଜ, ସ୍କୁଲ୍ ଅଫ୍ ବିଜ୍‌ନେସ୍ ମ୍ୟାନେଜ୍‌ମେଣ୍ଟ୍‌, ଲ’ ସ୍କୁଲ୍‌, ନର୍ସିଂ କଲେଜ, ପଲିଟେକ୍ନିକ୍ ଓ କଲେଜ୍ ଅଫ୍ ପାରାମେଡିକାଲ୍ ସାଇନ୍ସ୍ ଅନୁଷ୍ଠାନମାନଙ୍କର ବାର୍ଷିକ ବିବରଣୀ ପାଠ କରିଥିଲେ । ବିକାଶ ଗ୍ରୁପ୍‌ର ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀ ଡି.ନାଗେଶ୍ୱର ରାଓ ଚଳିତ ବର୍ଷର ଛାତ୍ରଛାତ୍ରୀ ତଥା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କର ପ୍ରତିଭା ଓ ସଫଳତାକୁ ଆଲୋକପାତ କରିଥିଲେ । ଭିତ୍‌ତିଭୂମିର ବିକାଶ ସହ ଛାତ୍ରଛାତ୍ରୀମାନଙ୍କର ହାପିନେସ୍ ଇଣ୍ଡେକ୍ସ୍ ବୃଦ୍ଧି ପାଇଁ କାର୍ଯ୍ୟକ୍ରମମାନ ଚାଲିଥିବାବେଳେ ଆଗକୁ ଅନେକ କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ବିକାଶ ଗ୍ରୁପ୍‌ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଜି.ଭାସ୍କର ରାଓ ଛାତ୍ରଛାତ୍ରୀମାନଙ୍କର ସଫଳତାର ଗାଥା କହିବା ସହିତ ରାଜ୍ୟ ତଥା ଜାତୀୟ ସ୍ତରରେ କ୍ରୀଡ଼ା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କର ପ୍ରତିଭାର ବିସ୍ତାର ପାଇଁ ଅନୁଷ୍ଠାନ ଉଦ୍ୟମରତ ବୋଲି କହିଥିଲେ । ବିକାଶ ଗ୍ରୁପ୍‌ର ଚେୟାର୍‌ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ନିଜର ଅଭିଭାଷଣ ମାଧ୍ୟମରେ ସୂଚନା ଦେଇଥିଲେ କି, କୋରୋନା ମହାମାରୀ ସତ୍ୱେ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା କ୍ଷେତ୍ରରେ କୌଣସି ପ୍ରକାର ବ୍ୟାଘାତ ସୃଷ୍ଟି ନ ହେବାକୁ ଦେଇ ନିଜସ୍ୱ ବିଦ୍ୟା ପୋର୍ଟାଲ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ଅବ୍ୟାହତ ରହିଥିଲା । ବିକାଶ ହାୟର୍ ଏଜୁକେସନାଲ୍ ଇନ୍‌ଷ୍ଟିଚ୍ୟୁସନ୍‌ରେ ସଦ୍ୟ ପ୍ରତିଷ୍ଠିତ ଷ୍ଟାର୍ଟ୍ ଅପ୍ ଏଣ୍ଡ୍ ଇନୋଭେସନ୍ ସେଲ୍ ମାଧ୍ୟମରେ ଅନେକ ଷ୍ଟାର୍ଟ୍ ଅପ୍‌ର ଶୁଭାରମ୍ଭ, ନାକ୍ ଏକ୍ରେଡିସନ୍ ପରି ଯୋଜନା ବିଷୟରେ ସୂଚନା ଦେଇଥିଲେ । ବିକାଶ ନର୍ସିଂ କଲେଜର ଅଧ୍ୟକ୍ଷା ପ୍ରଫେସର୍ ୱାଇ.ଡି. ଷ୍ଟେଲା ବିକାଶ ଫାଷ୍ଟ୍ ଷ୍ଟେପ୍ ଦ୍ୱାରା ଅନୁ୍‌ଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କ ନାମ ପୁରସ୍କାର ଗ୍ରହଣ କରିବା ପାଇଁ ଘୋଷଣା କରିଥିଲେ । ବିକାଶ ଗ୍ରୁପ୍‌ର ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀ ଭି.ଶ୍ରୀନିବାସ ବିକାଶ ହାୟର୍ ଏଜୁକେସନାଲ୍ ଇନ୍‌ଷ୍ଟିଚ୍ୟୁସନ୍‌ର ବାର୍ଷିକ କ୍ରୀଡ଼ାରେ ଚମ୍ପିୟାନ୍ ହୋଇଥିବା ଛାତ୍ର ଓ ଛାତ୍ରୀଙ୍କ ନାମ ଘୋଷଣା କରିଥିବାବେଳେ ଡାଇରେକ୍ଟର ଏକାଡେମିକ୍ସ୍ ଶ୍ରୀ ଜି.ରାମକ୍ରୀଷ୍ଣା ବିକାଶ ଫାଷ୍ଟ୍ ଷ୍ଟେପ୍‌ର ବାର୍ଷିକ କ୍ରୀଡ଼ାରେ ଚମ୍ପିୟାନ୍ ହୋଇଥିବା ଛାତ୍ର ଓ ଛାତ୍ରୀଙ୍କ ନାମ ଘୋଷଣା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ସବ୍ୟସାଚୀ ମହାପାତ୍ର ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଶ୍ୱେତପଦ୍ମା ମହାପାତ୍ରଙ୍କୁ ବିକାଶ ପରିଚାଳନା ସଦସ୍ୟମାନେ ସ୍ମୃତିଫଳକ ଓ ଉପଢୌକନ ପ୍ରଦାନ କରି ସମ୍ମାନୀତ କରିଥିଲେ । ମୁଖ୍ୟ ଅତିଥି ନିଜର ଅଭିଭାଷଣରେ ବିକାଶର ସଫଳତାର ଗୁଣଗାନ କରିବା ସହ ପଶ୍ଚିମ ଓଡ଼ିଶାର ଏହି ଅନୁଷ୍ଠାନ ସମଗ୍ର ରାଜ୍ୟରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନର ପରିଚୟ ସୃଷ୍ଟି କରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବାରୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଛାତ୍ରଛାତ୍ରୀମାନେ କର୍ତବ୍ୟପରାୟଣ, ଉଦ୍‌ଯୋଗୀ ଓ ଦୃଢ଼ସଙ୍କଳ୍ପବଦ୍ଧ ହେଲେ ସଫଳତାର ଶୀର୍ଷରେ ପହଂଚିପାରିବେ ବୋଲି ମତ ରଖିଥିଲେ । ଶେଷରେ ଲ’ ସ୍କୁଲ୍‌ର ଅଧ୍ୟକ୍ଷ ଡ.ବିକ୍ରମ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିକାଶ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଉପାଧ୍ୟକ୍ଷ ଡ.ପୂର୍ଣ୍ଣେନ୍ଦୁ ମିଶ୍ର, ଡିଗ୍ରୀ କଲେଜର ଉପାଧ୍ୟକ୍ଷ ଶ୍ରୀ ଆର୍‌.ଏସ୍‌.ଭି. କ୍ରୀଷ୍ଣା, ନର୍ସିଂ କଲେଜର ଉପାଧ୍ୟକ୍ଷା ଶ୍ରୀମତୀ ଦୀପାଞ୍ଜଳୀ ପଟେଲ ପ୍ରମୁଖ ପରିଚାଳନା କରିଥିଲେ । ସଭାକାର୍ଯ୍ୟ ପରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍‌ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ ଏବଂ ଅର୍କେଷ୍ଟ୍ରା ପରିବେଷିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ସମସ୍ତ କଳାକାର ଛାତ୍ରଛାତ୍ରୀ ତଥା ନୃତ୍ୟ ଶିକ୍ଷକ ପ୍ରୀତମ୍ କୁମାର ପଧାନ, ସୁରଥ କୁଅଁର, ଷ୍ଟୁଡେଣ୍ଟ କୋରିଓଗ୍ରାଫର୍ ଅଙ୍କିତ୍‌, ସୁରଭି, ତନିଷା ଓ ସଙ୍ଗୀତ ଶିକ୍ଷକ ଶୈଲେସ୍ ଶାମଲ, ମିଲିମା ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026

You Might Also Like