-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
25-Nov-2022
ବଲାଙ୍ଗିର (ପ୍ରେରଣ ଖବର) ଆଜି ଶୁକ୍ରବାର ଦିନ ବାରପୁଡୁଗିଆ ପ୍ରାଥମିକ କୃଷି ସମବାୟ ସମିତି ଲିଃ ପକ୍ଷରୁ ଧାନ କ୍ରୟ କରିବାକୁ ସମବାୟ ସମିତି ସଭାପତି ଶ୍ରୀ ନୀଳାଦ୍ରି ବିହାରୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜା ଅର୍ଚ୍ଚନା କରି ଶୁଭ ଉଦ୍ଘାଟନ କରିଥିଲେ । ଚାଷୀ ମାନେ ତାଙ୍କ ଉପାର୍ଜିତ ଧାନ ଫସଲ କୁ ସୁବିଧା ରେ କିପରି ଧାନ ବିକ୍ରୟ କରିପାରିବେ ସରକାର ଙ୍କ ନିୟମ ଅନୁଯାୟୀ ସମସ୍ତଙ୍କୁ ଅବଗତ କରିଥିଲେ । ସମିତି ର ଡାଇରେକ୍ଟର, ସଭ୍ୟ, ତଥା ଚାଷୀ ଶ୍ରୀ ରାଧାକାନ୍ତ ଭୋଇ, ଲବ ନାଗ, ପ୍ରକାଶ ନାଏକ, ଭୂରିଶ୍ରବା ପ୍ରଧାନ, ମନମୋହନ କର୍ମୀ, ଶ୍ରୀ ଜୟକୃଷ୍ଣ ମିଶ୍ର, ବିକାଶ ନାଏକ, ସଦା ନନ୍ଦ ମହଲା, ନିତ୍ୟାନନ୍ଦ ପଟେଲ, କେଶବ ପ୍ରଧାନ, ସୁଧୀର ପ୍ରଧାନ, ଧୋବା ମହଲା, ସଞ୍ଜୟ ନାଏକ, କରୁଣା ନାଏକ, ମିଥୁନ, ଦିନେଶ, ରିଙ୍କୁ, ଗୌତମ ମହଲା, ସମ୍ପାଦକ ପ୍ରମୋଦ କର୍ମୀ ସମସ୍ତ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ ଏବଂ ସହଯୋଗ କାମନା କରିଥିଲେ ।