-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ପଦ୍ମପୁରକୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଘୋଷଣା ର ପ୍ରତିଶ୍ରୁତି ପରେ ସାରା ରାଜ୍ୟରେ ଜିଲ୍ଲା ଗଠନ ଦାବି ମୁଣ୍ଡ ଟେକୁଛି, ସାରା ରାଜ୍ୟରେ ଜନଅସନ୍ତୋଷ ରାଜ୍ୟ ସରକାର ଙ୍କୁ ଅଡ଼ୁଆରେ ପକାଇପାରେ!

24-Nov-2022



ବଲାଙ୍ଗିର (ପ୍ରେରଣା ଖବର ବ୍ୟୁରୋ) ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ପଦ୍ମପୁରକୁ ୨୦୨୩ ଡିସେମ୍ବର ଶେଷ ପୂର୍ବରୁ ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେବାପରେ ଏବେ ପଦ୍ମପୁର ତାତି ଟିଟିଲାଗଡ଼ରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କ ସମର୍ଥନ ପାଇଁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ଘୋଷଣା କରି ଟିଟିଲାଗଡ଼ରେ ରାଜନୀତିର ତାପମାତ୍ରା ବଢ଼ାଇ ଦେଇଛନ୍ତି । ଏବେ ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ବାସୀ ରାଜରାସ୍ତାକୁ ବାହାରି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିଛି ଟିଟିଲାଗଡ଼ ଜିଲ୍ଲା ଦାବି। ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ ଏହି ଆନ୍ଦୋଳନର ନେତୃତ୍ବ ନେଉଛି ।

ଟିଟିଲାଗଡ଼ରେ ସକାଳୁ ସଂଧ୍ୟା ବନ୍ଦ ଡାକରା ଦିଆଯାଇଥିବା ବେଳେ ଟିଟିଲାଗଡ଼ ସହର ସାଙ୍ଗକୁ ସଇଁନ୍ତଲା ବ୍ଲକ ଏହି ଆନ୍ଦୋଳନରେ ସାମିଲ ହୋଇଛି । ଏପରିକି ଗାଁ ଗାଁରେ ଏହି ଆନ୍ଦୋଳନ କରାଯିବ ବୋଲି କମିଟିର ସଦସ୍ୟମାନେ କହିଛନ୍ତି । ଏହି ବନ୍ଦରେ ଟିଟିଲାଗଡ଼ ସହରର ସମସ୍ତ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ସାଙ୍ଗକୁ ବଣିକ ସଂଘ ସାମିଲ ହୋଇଛନ୍ତି। ଏହାକୁ ନେଇ ଏବେ ବିଜେଡି ହରଡ଼ଘଣାରେ ପଡିଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ପ୍ରସଙ୍ଗ କୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିରୋଧୀ ଦଳମାନେ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏବେ ଜିଲ୍ଲା ଗଠନ ଦାବି ଜୋର ଧରିଛି ।  କୁହାଯାଉଛି ଆଗାମୀ ଦିନରେ ଆଉ ୬ ଜିଲ୍ଲା ଗଠନ ପାଇଁ ଘୋଷଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିପାରନ୍ତି । ବିଭିନ୍ନ ସ୍ଥାନରେ ଧାରଣା, ଆନ୍ଦୋଳନ କରାଯାଉଥିବାରୁ ଏହାର ପ୍ରଭାବ ମଧ୍ୟ ଆଗାମୀ ନିର୍ବାଚନରେ ପଡିବାର ସଂଭାବନା ଥିବା ରାଜନୀତି ସମୀକ୍ଷକ ଆଲୋଚନା କରୁଛନ୍ତି ।ଓଡ଼ିଶାରେ ୧୩ଟି ଜିଲ୍ଲା ଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୩୦ ଜିଲ୍ଲା କରିଥିଲେ । ଦଶମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜୁ ପଟ୍ଟନାୟକ ୩୦ ଜିଲ୍ଲା  ଗଠନ କରିବାକୁ ଘୋଷଣା କରିଥିଲେ । ଯାହାର ପ୍ରଭାବ ଦଶମ ବିଧାନସଭା ନିର୍ବାଚନ ଉପରେ ପଡିଥିଲା ଏବଂ ବିଜୁ ପଟ୍ଟନାୟକ ୧୨୩ ଟି ଆସନ ପାଇ ସରକାର ଗଠନ କରିଥିଲେ । ୫.୦୩.୧୯୯୦ରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ  ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରି ୩୦ ଟି ଜିଲ୍ଲା ଗଠନ କରିଥିଲେ । କଟକ, କୋରାପୁଟ, ସମ୍ବଲପୁର ଜିଲ୍ଲାକୁ ୪ଟି ଲେଖାଏଁ ଜିଲ୍ଲାରେ ପରିଣତ କରାଯାଇଥିଲା । ପୁରୀ ଜିଲ୍ଲାକୁ ୩ଟି ଜିଲ୍ଲା କରାଯାଇଥିଲା । ବାଲେଶ୍ବର, ଗଂଜାମ, ଢ଼େଙ୍କାନାଳ, କଳାହାଣ୍ଡି, ଫୁଲବାଣୀ ଜିଲ୍ଲାକୁ ଦୁଇଟି ଜିଲ୍ଲା କରାଯାଇଥିଲା । ସେତେବେଳେ ଅନ୍ୟ ଜିଲ୍ଲା ଗଠନ ଦାବି ଉଠିଥିଲେ ମଧ୍ୟ ବିଜୁ ପଟ୍ଟନାୟକ ଏହି ଦାବି ପରେ ଗ୍ରହଣ କରାଯିବ ବୋଲି କହିଥିଲେ । ତେବେ ୧୯୯୫ ପରେ ଆଉ ବିଜୁ ପଟ୍ଟନାୟକ ସରକାରକୁ ଫେରିନଥିଲେ । ଏବେ ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ଥିବାବେଳେ ପଦ୍ମପୁର ଜିଲ୍ଲାକୁ ନୂଆ ଜିଲ୍ଲା ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି ।

 

ପଦ୍ମପୁର ସବ୍‍ଡିଭିଜନକୁ ନୂଆ ଜିଲ୍ଲା ମାନ୍ୟତା ଦେବା ଘୋଷଣା ପରେ ଏବେ ପୁରୁଣା ଦାବି ପୁଣି ପୂରଣ ପାଇଁ  ଆଉ ୧୦ରୁ ଅଧିକ ନୂଆ ଜିଲ୍ଲା ଗଠନ ଲାଗି ଦାବି ଉଠୁଛି । ପଦ୍ମପୁର ପରେ ଏବେ ଆନ୍ଦୋଳନ ଅନେକ ସ୍ଥାନରେ ଆରମ୍ଭ ହୋଇଛି ।  ଭୁବନେଶ୍ୱରକୁ ସ୍ୱତନ୍ତ୍ର ନୂଆ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ ଦଳମତ ନିର୍ବିଶେଷରେ ଦାବିହୋଇ ଆସୁଛି । ରାୟଗଡାର ଗୁଣୁପୁର, କଳାହାଣ୍ଡିର ଧର୍ମଗଡ, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, ବାଲେଶ୍ୱରର ଜଳେଶ୍ୱର ଓ ଅନୁଗୁଳର ତାଳଚେର,କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର , ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ଗଂଜାମ ଜିଲ୍ଲାର ବ୍ରହ୍ମପୁରକୁ ନୂଆ ଜିଲ୍ଲା ମାନ୍ୟତା ଦାବି ଏବେ ପୁଣି ଜୋର ଧରିଛି ।

ବରଗଡ ଜିଲ୍ଲା ଅନ୍ତର୍ଭୁକ୍ତ ପଦ୍ମପୁର ସବ୍‍ଡିଭିଜନକୁ ଜିଲ୍ଲା ମାନ୍ୟତା ଦେବା ଲାଗି ପ୍ରାୟ ୩୦ବର୍ଷ ତଳେ ମଧ୍ୟ ଆଲୋଚନା ହୋଇଥିଲା ।  ନୂଆ ଜିଲ୍ଲା ଗଠନ ବେଳେ କମିଟି  ମଧ୍ୟ ପଦ୍ମପୁର ଜିଲ୍ଲା ହେବାକୁ ସୁପାରିସ କରିଥିଲା ।  ତେବେ ଶେଷ ମୁହୂର୍ତ୍ତରେ ଏହା ବରଗଡ଼ ଜିଲ୍ଲାରେ ରହିଯାଇଥିଲା । ପଦ୍ମପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ମିଳିବା ପରେ ଏବେ ରାଜ୍ୟରେ ଆଉ ଏକାଧିକ ଜିଲ୍ଲା ଗଠନ ଲାଗି ଦାବି ଜୋର୍‍ ଧରିଥିବା ବେଳେ ଏହାକୁ ବିଜେଡି କିପରି ମ୍ୟାନେଜ କରୁଛି ତାହା ବଡ଼ ପ୍ରଶ୍ନ । ଏମିତିକି ବିଧାୟକଙ୍କଠାରୁ ଆରମ୍ଭକରି  ପୌରାଧ୍ୟକ୍ଷଙ୍କ ପର୍ଯ୍ୟନ୍ତ ଅନେକ ନେତା ଜିଲ୍ଲା ଗଠନ ପାଇଁ ସାଧାରଣ ଲୋକଙ୍କ ସହ ଆନ୍ଦୋଳନରେ ବସୁଛନ୍ତି । ତେବେ ଏହି ନୂତନ ଜିଲ୍ଲା ଗଠନ ଦାବିକୁ ମୁଖ୍ୟମନ୍ତ୍ରୀ କିପରି ସମାଧାନ କରୁଛନ୍ତି ତାହାକୁ ଅପେକ୍ଷା ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like