-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି, ସମ୍ବଲପୁର ବନ୍ଦ ସଫଳ

24-Nov-2022



ସମ୍ବଲପୁର: ପଶ୍ଚିମ ଓଡ଼ିଶାକୁ ଏକ ସ୍ବତନ୍ତ୍ର ରାଜ୍ୟରେ ପରିଣତ କରିବା ଦାବିରେ ବୁଧବାର ସମ୍ବଲପୁର ବନ୍ଦ ସଫଳ ରହିଥିଲା I ପଶ୍ଚିମ ଓଡ଼ିଶା ତଥା ସମ୍ବଲପୁରକୁ ରାଜ୍ୟ ସରକାରଙ୍କ ଅବହେଳା ନେଇ ଅଂଚଳରେ  ଜନ ଅସନ୍ତୋଷ ବଢ଼ିବାର ଲାଗିଛି I ବନ୍ଦ ବେଳେ ଏହି ଜନ ଅସନ୍ତୋଷର ପ୍ରତିଫଳନ ଦେଖିବାକୁ ମିଳିଥିଲା I ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷରୁ ଜନସାଧାରଣ ତଥା ଓକିଲ ମାନେ ଆନ୍ଦୋଳନ ଚଳାଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଠୋସ୍ ପ୍ରସ୍ତାବ ଦେବା ପରିବର୍ତ୍ତେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ପଶ୍ଚିମ ଓଡ଼ିଶାକୁ ସବୁକ୍ଷେତ୍ରରେ ଅବହେଳା କରାଯାଉଥିବା ବେଳେ ରାଜ୍ୟ ସରକାର ସମ୍ବଲପୁରକୁ ଏକ ପ୍ରୟୋଗଶାଳା ଭାବି ସ୍ମାର୍ଟ ଇଲେକ୍ଟ୍ରିକ୍ ମିଟର, ପାଣି ମିଟର ଆଦି ଲଗାଇବା ଆରମ୍ଭ କରିଛନ୍ତି । ଗୋଟିଏ ପଟେ ଜନଦାବିକୁ ଉପେକ୍ଷା କରାଯାଉଥିବା ବେଳେ ଅନ୍ୟ ପଟେ ଲୋକଙ୍କ ଉପରେ ନୂଆ ବୋଝ ଲଦି ଦିଆଯାଉଛି। ଏସବୁ ନେଇ ଅସନ୍ତୁ‌ଷ୍ଟ ଥିବା ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟିର ଆବାହକ ଅରବିନ୍ଦ ମହାପାତ୍ର ନେତୃତ୍ବରେ ବୁଧବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଥିଲା। ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟରେ ପରିଣତ କରିବା, ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ, ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା, ସମ୍ବଲପୁରରେ ସ୍ମାର୍ଟ ଇଲେକ୍ଟ୍ରିକ୍ ମିଟିର ଓ ପାଣି ମିଟର ପ୍ରଚଳନ ବନ୍ଦ କରିବା ଦାବିରେ ସମ୍ବଲପୁର ବନ୍ଦ ଡାକରା ବେଶ୍‌ ପ୍ରଭାବଶାଳୀ ରହିଥିଲା I ଅପରପକ୍ଷରେ ଜିଲ୍ଲା ଓକିଲ ସଂଘର ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଅଫିସ-ଅଦାଲତ ଅଚଳ ପାଇଁ ଓକିଲମାନେ ପିକେଟିଂ କରିଥି‌ଲେ। ସମ୍ବଲପୁରରେ ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ବ୍ୟାଙ୍କ ଆଦି ବନ୍ଦ ରହିଥିଲା। ନେଲ୍‌ସନ୍ ମଣ୍ଡେଲା ଛକରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କଚେରି ରାସ୍ତା ଅବରୋଧ କରି ଧାରଣା ଦିଆଯାଇଥିଲା। ଫଳରେ ବିଚାରପତିମାନେ କୋର୍ଟକୁ ଯାଇନପାରି ଘରକୁ ଫେରି ଯାଇଥିଲେ। ଅପରପକ୍ଷରେ ଏହି ଧାରଣାରେ ବ୍ୟବସାୟୀ ସଂଘ, ବୀର ସୁରେନ୍ଦ୍ର ସାଏ ଅଟୋଚାଳକ ସଂଘ, ଶ୍ରମିକ ସଂଗଠନର ବହୁ ନେତା ସାମିଲ ହୋଇଥିଲେ। ନାଗରିକ କ୍ରିୟାନୁଷ୍ଠାନ କମିଟିର ପ୍ରଫୁଲ୍ଲ ହୋତା, ରାଜେନ୍ଦ୍ର ପଣ୍ଡା, ଦୀପକ ପଣ୍ଡା ପ୍ରମୁଖଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଧାରଣାରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନ, ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ବରିଷ୍ଠ ଉପସଭାପତି ହରିଶଙ୍କର ପୁରୋହିତ, ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ ଗୁରୁ, କଂଗ୍ରେସ ନେତା ଆଶଫ ଅଲୀ ଖାନ, ବିଜୟଲକ୍ଷ୍ମୀ ବେହେରା, ସୁତପା ମିତ୍ର, ସିପିଆଇ ନେତା ଏନ୍. ଗୋପାଳ, ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ, ପୂର୍ବତନ ନଗରପାଳ ରୀନା ତ୍ରିବେଦୀ, ଜୀବନ ବୀମା ଅଭିକର୍ତ୍ତା ସଂଘର ସଭାପତି ଦାମୋଦର କର, ଭାସ୍କର ପାଣ୍ଡେ ପ୍ରମୁଖଙ୍କ ସମେତ ବହୁ ସଂଗଠନର ସଦସ୍ୟ ଧାରଣାରେ ସାମିଲ ହୋଇଥିଲେ I ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଠପଢ଼ା ବନ୍ଦ ରହିଥିଲେହେଁ ମାଟ୍ରିକ ସହିତ ଅନ୍ୟାନ୍ୟ ପରୀକ୍ଷା ସ୍ବାଭାବିକ ଢଂଗରେ ‌ହୋଇଥିଲା। ତେବେ, ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲେହେଁ ଖୋଲାଥିବା କେନ୍ଦ୍ରୀୟ ଜିଏସ୍‌ଟି କାର୍ଯ୍ୟାଳୟ, ମୁଥୁଟ୍‌ ଫାଇନାନ୍ସରେ କେତେକ ବ୍ୟକ୍ତି ଜିନିଷପତ୍ର ସାମାନ୍ୟ ଫିଙ୍ଗାଫୋଫଡ଼ା କରିଥିବା ଜଣାପଡ଼ିଛି। ଶିକ୍ଷାନଗରୀ ବୁର୍ଲାରେ ବନ୍ଦ ବେଶ୍‌ ପ୍ରଭାବ ଦେଖିବାକୁ ମିଳିଥିଲା। ଶିଳ୍ପନଗରୀ ହୀରାକୁଦରେ କେତେକ ଦୋକାନ ବଜାର ଖୋଲାଥିବା ବେଳେ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ବନ୍ଦ ରହିଥିଲା ।
ସମ୍ବଲପୁରରୁ ସଂଜୀବ ପାଣିଗ୍ରାହୀଙ୍କ ରିପୋଟ


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like