-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
19-Nov-2022
ସୁବର୍ଣ୍ଣପୁର-ସହରର କୋଶଳ ରେସିଡେନ୍ସି ସମ୍ମିଳନୀ କକ୍ଷରେ ଭାରତୀୟ କିସାନ ସଂଘ ଜିଲ୍ଲା ଶାଖା ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇ ଯାଇଛି ।ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା କର୍ମକର୍ତ୍ତା ଚୟନ ବି କରାଯାଇଛି ।ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରି ଚାଷୀ ଦାବି ପୂରଣ ପାଇଁ ଆଗକୁ ଥିବା ଆନ୍ଦୋଳନର ରୂପରେଖ ବି ପ୍ରସ୍ତୁତ କରାଯାଇଛି ।ଉତ୍ପାଦିତ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ଓ ସହାୟକ ମୂଲ୍ୟ ଦରରେ ଚାଷୀଙ୍କ ପାଖରୁ ସିଧାସଳଖ ସରକାର ଶସ୍ୟ କିଣିବେ , ଅର୍ଗାନିକ ଫାର୍ମିଂ ପାଇଁ କୃଷି ସହାୟତା ପ୍ରଦାନ କରିବା ,ବୈଜ୍ଞାନିକ କୃଷି ଯନ୍ତ୍ରପାତି ଉପରୁ ଜିଏସଟି ପ୍ରତ୍ୟାହାର କରିବା ଆଦି ଦାବିରେ ଦିଲ୍ଲୀର ଯନ୍ତ୍ରରମନ୍ତ୍ରର ଠାରେ ଆଗାମୀ 19 ତାରିଖରେ ହେବାକୁ ଥିବା ଚାଷୀ ସମ୍ମିଳନୀରେ ବହୁ ସଂଖ୍ୟାରେ ଚାଷୀ ଯୋଗଦେବା ବିଷୟ ନେଇ ଆଜି ଜିଲ୍ଲା ଶାଖା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।ତେବେ କୃଷି ଉପରେ ରାଜ୍ୟ ଓ କେନ୍ଦ୍ର
ସରକାର ଅବହେଳା ପ୍ରଦର୍ଶନ କରୁଥିବାରୁ ଚାଷୀଙ୍କ ଆର୍ଥିକ ପ୍ରଗତି ହୋଇ ପାରୁ ନାହିଁ ବୋଲି ଆଜି ପ୍ରଶିକ୍ଷଣ ଶିବିରରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ କେଦାର ମିଶ୍ର କହିଛନ୍ତି ।ଉଭୟ ସରକାର କୃଷି ଓ କୃଷକର ବିକାଶ ଦିଗରେ କାର୍ଯ୍ୟ ନ କଲେ ଚାଷୀଙ୍କ ଦୁର୍ବାର ଆନ୍ଦୋଳନ ହେବ ବୋଲି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ କେଦାର ମିଶ୍ର ସୂଚନା ଦେଇଛନ୍ତି ।