-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
19-Nov-2022
ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ଆସନ୍ତା ୨୫ ତାରିଖରୁ ଧାନ ମଣ୍ଡି ଖୋଲିବ । ସେଥିପାଇଁ ଆଜି ଟିଟିଲାଗଡ଼ ଉପଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନ ବ୍ଲକର ଭନ୍ଦ୍ରା, ଘୁନସର ଓ ଡୁଙ୍ଗୁରିପାଲି ଭଳି ଅନେକ ସମବାୟ ସମିତି ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ସମବାୟ ସମ୍ପାଦକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ସମୟରେ ଭନ୍ଦ୍ରା ସମବାୟ ସମିତି ସମ୍ପାଦକ ଦିଙ୍ଗାମ୍ବର ସାହୁ, ଘୁନସର ସମବାୟ ସମ୍ପାଦକ ମନୋଜ ସାହୁ, ଘୁନସର ସମବାୟ ସମିତି ସଭାପତି ଭୌରବ ସାହୁ, ଶିବ ବେହେରା, ସୁନୀଲ ଗହୀର, ବିବ୍ରୁ ବେହେରା, ଚମ୍ପୁ ସେଠ ଓ ସମିତି ସଭ୍ୟ ବାଞ୍ଛାନିଧି ବୁଡ଼େକ ଉପସ୍ଥିତ ଥିଲେ ।
(ସନ୍ତୋଷ କୁମାର ନାଏକ ଙ୍କ ରିପୋର୍ଟ)