-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିରର ପରିମଳ ବ୍ୟବସ୍ଥାକୁ ନେଇ ଗର୍ଜିଲେ ନରସିଂହ, ନଗର ଉନ୍ନୟନ ଅତିରିକ୍ତ ସଚିବଙ୍କ ଉପସ୍ଥିତିରେ ହେଲା ସମିକ୍ଷା

11-Nov-2022



ବଲାଙ୍ଗିର,ତା-- ଗତକାଲି ସ୍ଥାନୀୟ ସର୍କିଟ ହାଉସ ଠାରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ପୌରାଞ୍ଚଳର ପରିମଳ ବ୍ୟବସ୍ଥାକୁ ନେଇ ଏକ ସମିକ୍ଷା ବୈଠକ କରିଛନ୍ତି । ବିଧାନସଭାର ପରିବେଶ ପ୍ରଦୂଷଣ ସମ୍ବନ୍ଧିୟ ଗୃହ କମିଟି ର ନିର୍ଦ୍ଦେଶ କ୍ରମେ ରାଜ୍ୟ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ କଲ୍ୟାନ କୁମାର ରଥ ବଲାଙ୍ଗିର ଗସ୍ତରେ ଆସିଥିଲେ । ପୂର୍ବରୁ ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ପରିବେଶ ଓ ପ୍ରଦୂଷଣ ସମସ୍ୟାକୁ ନେଇ ମାନ୍ୟବର ବଲାଙ୍ଗିର ବିଧାୟକ ଚିଠି ମାଧ୍ୟମରେ ପରିମଳ ବ୍ୟବସ୍ଥା ଉପରେ କିଛି ପ୍ରଶ୍ନର ଉତ୍ତର ଚାହିଁଥିଲେ । ସେ ସମ୍ବନ୍ଧରେ ଏକ ସବିଶେଷ ସମିକ୍ଷା ଏବଂ କ୍ଷେତ୍ର ପରିଦର୍ଶନ ପାଇଁ ଗୃହ କମିଟି ନିର୍ଦ୍ଦେଶ କ୍ରମେ ଅତିରିକ୍ତ ସଚିବ ବଲାଙ୍ଗିର ଗସ୍ତ କରିଥିଲେ । ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସଏ ଙ୍କ ଉପସ୍ଥିତିରେ ହୋଇଥିବା ଏହି ସମିକ୍ଷା ବୈଠକରେ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ବଲାଙ୍ଗିର ର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ପୌର ପରିଷଦର ଅପାରଗତ ଯୋଗୁଁ ସାରା ସହର ଅବର୍ଜନାମୟ  ହେବା ସହ ପୌରାଞ୍ଚଳରେ ଥିବା ୧୬ ଗୋଟି ବନ୍ଧକଟାର ପାଣି ସମ୍ପୁର୍ଣ୍ଣ ଭାବରେ ମଣିଷ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଖୋଦ୍ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ପ୍ରଦାନ କରିଥିବା ସତ୍ତ୍ୱେ ପୌର ପରିଷଦ ଏହା ଉପରେ କୌଣସି ପ୍ରକାର ପଦକ୍ଷେପ ନେଉନାହିଁ । ରାଣୀବନ୍ଧ, କରଙ୍ଗାକଟା ର ପାଣି ବ୍ୟବହାର ଉପଯୋଗୀ କରିବା

ପରିବର୍ତ୍ତେ କେବଳ ନିମ୍ନମାନର କଂକ୍ରିଟ ବାଡ ଦେଇ ସରକାରୀ ଅର୍ଥ ହରଣଚାଲ କରାଯାଉଛି । ସହରର ଯେ କୌଣସି ରାସ୍ତା ଦେଖିବେ ଡମ୍ପିୟାଡ୍ ରେ ପରିଣତ ହେଲାଣି । ସଫେଇରେ ନିଯୁକ୍ତ ଘରୋଇ କଂପାନୀ ହେଉ କି ନିଜେ ପୌର ପରିଷଦ ନିଯୁକ୍ତି କରିଥିବା ସଫେଇ କର୍ମଚାରୀ ହୁଅନ୍ତୁ ସମସ୍ତେ କେବଳ ମିଥ୍ୟା ବିଲ୍ କରି ଟଙ୍କା ଚଳୁ କରିବାରେ ବ୍ୟସ୍ତ ବୋଲି ବିଧାୟକ ଶ୍ରୀ ମିଶ୍ର ଅଭିଯୋଗ କରିବା ସହ ଏହା ଉପରେ ସୁଧାର ନ ଆସିଲେ କାର୍ଯ୍ୟନୁଷ୍ଠାନର ସମ୍ମୁଖିନ ହେବା ପାଇଁ ଅଧିକାରୀମାନେ ପ୍ରସ୍ତୁତ ରୁହନ୍ତୁ ବୋଲି ଚେତାବନୀ ଦେଇଥିଲେ । ଆଲୋଚନା ବେଳେ ମହାରାଣୀ ସାଗର କାମ ରେ କାହିଁକି ବିଳମ୍ବ ହେଉଛି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଯାହାକି ଉପସ୍ଥିତ ଥିବା ଅତିରିକ୍ତ ସଚିବ ଶ୍ରୀ ରଥ ମହାରାଣୀ ସାଗର ସହ ସହରରେ ଥିବା ସମସ୍ତ ବନ୍ଧ କଟାର ପୁନରୁଦ୍ଧାର, ସୌନ୍ଦର୍ଯିକାମ ପାଇଁ ତିଆରି ହୋଇଥିବା ଯୋଜନାକୁ ସମୟସୀମା ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଆଗରୁ ଯାହା କିଛି ବି ଯୋଜନା ହାତକୁ ନିଆଯିବ ତା ପାଇଁ ଦରକାର ହେଉଥିବା ପ୍ରତ୍ୟେକ ପର୍ଯ୍ୟାୟର କାମ ତାହା ବ୍ୟୟ ଅଟକଳ ହେଉ କି ପ୍ରକଳ୍ପ ରିପୋର୍ଟ ହେଉ ସେ ସବୁ କାମ ପାଇଁ ଏକ ଏକ ନିର୍ଦ୍ଦିଷ୍ଟ ସମୟସୀମା ନିର୍ଦ୍ଧାରଣ କରି କାମ କରିବାକୁ ଉପସ୍ଥିତ ଥିବା ପୌର ଅଧିକାରୀ ସାମି ଜୟଶ୍ରୀ ରେଡିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସଫେଇ କାର୍ଯ୍ୟରେ ଲିପ୍ତ ଥିବା ଘରୋଇ କଂପାନୀ ଯେପରି ଠିକ୍ ହିସାବରେ କାମ କରିବ ସେ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ଆଲୋଚନା ହେବା ସହ ଘରକୁ ଘର ଆବର୍ଜନା ଉଠାଇବାର କାମ ଠିକ୍ ହିସାବରେ ହେଉନଥିବା ଆଲୋଚନା ହୋଇଥିଲା । ଦରକାର ପଡିଲେ ସହରର ସଫେଇ କାମ ପାଇଁ ସହରକୁ ଦୁଇ ଭାଗରେ ବିଭକ୍ତ କରି ଅଧିକ ଏଜେନ୍ସି ନିଯୁକ୍ତ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ କହିଥିଲେ । ଦୁର୍ଘଟଣାକୁ ଆଖି ଆଗରେ ରଖି ସହର ମଧ୍ୟରେ ଗାଇ ଗୋରୁ , ନିର୍ମାଣ ସାମଗ୍ରୀ, ରାସ୍ତା ମଝିରେ ପକାଯାଇଥିଲା ଇଲେକ୍ଟ୍ରି ଖୁଣ୍ଟ  ସବୁ ଅତିଶିଘ୍ର ହଟାଯାଉ ବୋଲି ପୌର ଅଧିକାରୀଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି ବୈଠକରେ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବଙ୍କ ବ୍ୟତିତ ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅନ୍ୟାନ୍ୟ ପୌର ଅଧିକାରୀମାନେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like