-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
10-Nov-2022
ସୁବର୍ଣ୍ଣପୁର, ଗତ ୨୨ ଅକ୍ଟୋବର ରେ ବିନିକା ବ୍ଲକ ଅଧନସ୍ତ ଚରଦା ସ୍ଥିତ କପିଳେଶ୍ୱର ମନ୍ଦିର ରୁ ତିନିଟି ଦାନବାକ୍ସ ବା ହୁଣ୍ଡିରୁ ଦାନ ପଇସା କୌଣସି ଦୁର୍ବୃତ୍ତ ଚୋରି କରି ନେଇଥିଲେ।ଏପରିକି ମନ୍ଦିର ରେ ଥିବା ସି ସି ଟିଭି କେମରା ରେ ତାହାର ଫଟୋ ମଧ୍ୟ ଦେଖାଯାଇ ଥିଲା। ମାତ୍ର ପୁଲିସ ପ୍ରଶାସନ ଏବେ ସୁଦ୍ଧା ଚୋରକୁ ଧରିପାରି ନ ଥିଲା।ଚରଦା ଟ୍ରଷ୍ଟବୋଡ଼ କମିଟି ଏବଂ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ଜନ ଶୁଣାଣି ଅଭିଯୋଗ ରେ ମଧ୍ୟ ଜିଲ୍ଲାପାଳ ଙ୍କ ଜରିଆରେ ପୁଲିସ ଡ଼ି ଜି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଏଯାବତ ପୁଲିସ କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ପାରି ନ ଥିଲେ। ଏହାକୁ ଦୃଷ୍ଟିରେ ରେ ରଖି ଚରଦା ଟ୍ରଷ୍ଟ ବୋର୍ଡ ସଦସ୍ୟ ଏବଂ ଗ୍ରାମବାସୀ ଆଜି ସୋନପୁର - ବିନିକା ରାସ୍ତା ର ଉର୍ଲେ ଛକ ଠାରେ ରାସ୍ତା ରୋକ କରିଛନ୍ତି।ସ୍ଥାନୀୟ ତହସିଲଦାର ମୁକେଶ୍ୱର ପାଣିଗ୍ରାହୀ ଓ ଏସ ଡ଼ି ପି ଓ ପୁଷ୍ପାଞ୍ଜଳି ନିଙ୍ଗୀ ଧାରଣ ରେ ବସିଥିବା ଲୋକଙ୍କୁ ବୁଝାଇ ବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ କଥାକୁ ନ ମାନି ଲୋକେ ଧାରଣ ରେ ବସିଥିଲେ।ବିନା କୌଣସି ଲିଖିତ ପ୍ରତିସୁତି ରେ ଧାରଣ ଭାଙ୍ଗିବ ନାହିଁ ବୋଲି ଗ୍ରାମବାସୀ ନିଜ ଜିଦରେ ଅଟଳ ଅଛନ୍ତି।ତେବେ ଦେଖିବାକୁ ବାକି ରହିଲା ପୁଲିସ ପ୍ରଶାସନ ଆଗକୁ କଣ ପଦକ୍ଷେପ ନେଉଛନ୍ତି। କିଛି ସମୟର ଆଲୋଚନା ପରେ , ଆଇ ଆଇ ସି ପବିତ୍ର ସାହୁ ଏବଂ ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ ଲିଖିତ ଆକାରରେ ଆଗାମୀ ୨୫ ଦିନ ମଧ୍ୟରେ ଚୋର ଧରାଯିବା ବୋଲି ଆନ୍ଦୋଳନ କାରୀଙ୍କୁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।