-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
09-Nov-2022
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମିନି ଷ୍ଟାଡିୟମର ଠାରେ ଡିସେମ୍ବର ୨୭ ରୁ ୪ ତାରିଖ ଯାଏଁ ହେବାକୁ ଥିବା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ପାଇଁ କମିଟି ସଦସ୍ୟ ଓ କଂସ କ୍ଷେତ୍ର ପରିଦର୍ଶନ କରିଛନ୍ତି। ବରଗଡ଼ ଧନୁଯାତ୍ରା ରେ ଦୀର୍ଘ ୨୩ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ କଂସ ଭୂମିକାରେ ଅଭିନୟ କରିଥିବା ଗୋପାଳ ସାହୁ (ଏଲି) ବୀରମହାରାଜପୁର ଧନୁଯାତ୍ରା ରେ କଂସ ଭାବେ ଅଭିନୟ କରିବାର ସ୍ଥିରୀକୃତ କରାଯାଇଛି। ଏହି ଅବସରରେ ଆୟୋଜିତ କମିଟିର ସଭାପତି ସତ୍ୟଞ୍ଜୀବ ମିଶ୍ର, କାର୍ଯ୍ୟକାରୀ ସଭାପତି ତଥା ବୀରମହାରାଜପୁର ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା, ବରିଷ୍ଠ ଉପଦେଷ୍ଟା ବଳରାମ କାଣ୍ଡ, ଆଇନଜୀବୀ ଧୀରେନ୍ଦ୍ର ପଣ୍ଡା, ଚମ୍ପାମାଳ ସମିତିସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ, ସମ୍ପାଦକ ସୁରୁନାରାୟଣ ମହାକୁର ଓ ଶିବାନନ୍ଦ ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ମେହେର,ସୋମାନାଥ ମିଶ୍ର, ପୂର୍ବତନ ସରପଞ୍ଚ ସରୋଜ ବାରିକ,ସୁରେଶ ଚାନ୍ଦ, ଦୁର୍ଗେଶ ପଣ୍ଡା,ତ୍ରୀପୁରାରୀ ମେହେର ଉପସ୍ଥିତ ଥିଲେ। ଆସନ୍ତା ୧୦ ତାରିଖରେ ଗୋପାଲ ସାହୁଙ୍କୁ କଂସ ଭାବରେ ବରଣ କରାଯିବ ବୋଲିି କମିଟି ସଭାପତି ସତ୍ୟଞ୍ଜୀବ ମିଶ୍ର ସୂଚନା ଦେଇଛନ୍ତି।