-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
09-Nov-2022
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ଆଜି ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜଣେ ଦାୟିତ୍ୱବାନ ନାଗରିକ ଭବରେ ଭୋଟ ଦାନ ରେ ସାମିଲ ହେବା ସମସ୍ତଙ୍କ ଗଣତାନ୍ତ୍ରିକ ଅଧିକାର l ଏହି ଅଧିକାରରୁ କେହି ବି ବଞ୍ଚିତ ହେବା ଉଚିତ୍ ନୁହେ l ଏପରି କିଛି ବାର୍ତ୍ତା କୁ ନେଇ ଆଜି ଜିଲ୍ଲା ପ୍ରଶାସନ ସହଯୋଗରେ ଏକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ଉପଜିଲ୍ଲାପାଳ ଲମ୍ବୋଧର ଧାରୁଆ ଙ୍କ ପରିଚାଳନାରେ ଆୟୋଯିତ ଏହି କାର୍ଯ୍ୟକ୍ରମରେ ଭୋଟର କାର୍ଡ ସଂଶୋଧନ ଓ ୧୮ ବର୍ଷ ହୋଈଥିବା ଯୁବକ ଯୁବତୀ ମାନଙ୍କ ନାମ ଭୋଟର ତାଲିକା ରେ ଅନ୍ତର୍ଭୁକ୍ତ କରିବା ଉପରେ ସଚେତନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଲୟର ଶତାଧିକ ଛାତ୍ରୀ, ପ୍ରାଶାସନିକ ଅଧିକାରୀ, ଅଧ୍ୟାପକ, ଅଧ୍ୟାପିକା ମାନେ ଯୋଗ ଦେଇଥିଲେ