-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
07-Nov-2022
ପୁରୀ:(ସମୀର ରଞ୍ଜନ ନାୟକ): ଆଜି ପୋଲିସ ହାବିଲ ଦାର ଜଣେ ମହିଳା ଭକ୍ତଙ୍କୁ ମାଡ଼ ମାରିଥିବା ଖବର ମିଳିଛି ମିଳିଥିବା ଖବର ଅନୁଯାଇ l ମାଧୁରୀ ଦାସ ନାମକ ମହିଳା ଜଣଙ୍କ ଆଜି ପଞ୍ଚୁକର ଚତୁର୍ଥ ଦିନରେ ଥିବାବେଳେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ l ସେଥିପାଇଁ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଭିଡ଼ ଜମିଥିଲା l ଏହିସମୟରେ ମହିଳା ଭକ୍ତ ଜଣଙ୍କ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯିବା ସମୟରେ ଜଗମୋହନ
ନିକଟରେ ତାଙ୍କୁ ପୋଲିସ ମାଡ଼ ମାରିଥିଲେ l ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା l ତେବେ ମହିଳା ଜଣଙ୍କୁ କାହିଁକି ଏପରି ମାଡ଼ ମାରିଥିଲେ ତାହାଜଣା ପଡି ନାହିଁ l ବର୍ତ୍ତମାନ ମହିଳା ଜଣଙ୍କ ସୁସ୍ଥ ଅଛନ୍ତି ବୋଲି ଜଣାପଡିଛି l ଏହି ଘଟଣାର ଖବର ପାଇ ଅତିରିକ୍ତ ଏସପି ଏବଂ ବରିଷ୍ଟ ଅଧିକାରୀ ଘଟଣା ସ୍ଥଳରେ ପହଂଚିବା ସହ ତଦନ୍ତ ଆରମ୍ଭ କରିଛନ୍ତି lଏଥିସହିତ ଏହି ଘଟଣାରେ ବର୍ତ୍ତମାନ ହାବିଦାର ଙ୍କୁ ସସପେଣ୍ଡ କରାଯାଇଥିବା ଜଣାପଡିଛି l ମହିଳା ଜଣଙ୍କ ଘର ବ୍ରହ୍ମହପୁର ରେ ବୋଲି ଜଣାପଡିଛି l