-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
07-Nov-2022
ବଲାଙ୍ଗିର : ବଲାଙ୍ଗୀର ବ୍ଲକ ଅନ୍ତର୍ଗତ ଚାଣ୍ଟିଂମୁଣ୍ଡା ଗ୍ରାମରେ ଗତକାଲି ଓ ଆଜି ଦୁଇଦିନ ଧରି କାର୍ତିକ ପଞ୍ଚୁକ ଅବସରରେ ଗୋପଲୀଳାର ପାରାୟଣ ଅନୁଷ୍ଟିତ ହୋଇଯାଇଛି I ବ୍ୟାସ ରୂପେ ଉମାପତି ନାଥ ଗାଦିରେ ବସି ପାରାୟଣ କରିଥିବା ବେଳେ ପୂଜକ ରୂପେ ଭାଗବତ ହୋତା ପୂଜା କର୍ମ କରିଥିଲେ I କର୍ତ୍ତା ରୂପେ ମନୋଜ କୁମାର ନାଥ ଓ ତାଙ୍କର ସହ ଧର୍ମିଣୀ
ଥିଲେ l ପାଳିଆ , ସଙ୍ଗୀତ ଓ ବିଭନ୍ନ ବାଦ୍ୟରେ ରମା ପାଣି ନାଥ ଓ ତାଙ୍କର ଦଳ ପକ୍ଷରୁ ପ୍ରସ୍ତୁତ ହୋଇଥିଲା I ପରିଚାଳନା ଓ ସହଯୋଗ ରେ ସନାତନ ନାଥ, ରାଜେନ୍ଦ୍ର ବେହେରା, ଶୁରୁବାବୁ ବେହେରା, ଦ୍ୱାରିକା, ବଦ୍ରିକା, ସକଳ ଠେଲା, ପ୍ରବିଣ କୁମାର ନାଥ, ଲୋକନାଥ ପୁରୋହିତ,ଗୋପିନାଥ
ପୁରୋହିତ,ଶୈବାଲନି ପଣ୍ଡା, ସାଗରିକା ନାଥ, କୁମୁଦିନୀ ବେହେରା, ମଥା ବେହେରା, ପୁଷ୍ପାଞ୍ଜଳି ନାଥ, ଶୋଭାଗିନି ନାଥ କରିଥିଲେ I ଛପନ ଭୋଗ ବ୍ୟବସ୍ଥା କରିଥିଲେ ଗୋପ ଭୂଷଣ ନାଥ ଓ ସହଧର୍ମିଣୀ ସ୍ଵର୍ଣ୍ଣ ଲତା ନାଥ କରିଥିଲେ। ସେହି ଗ୍ରାମର ଜନସାଧାରଣଙ୍କ ବ୍ୟତୀତ ଆଖାପାଖର ଗ୍ରାମରୁ ଶ୍ରଦ୍ଧାଳୁ ମାନେ ଏଥିରେ ଯୋଗଦେଇ ଧାର୍ମିକ ଅନୁଷ୍ଠାନ କରିଥିଲେ।