-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
07-Nov-2022
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗିର ସହରରେ ବିଭିନ୍ନ ପ୍ରତିଯୋଗିତା ସମାପ୍ତ ହେବା ପରେ ପରେ ଜିଲ୍ଲାସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୨ ଓ ୧୩ ତାରିଖ୍ ଧରି ଦୁଇ ଦିନ ଧରି ସ୍ଥାନୀୟ ଯାଦବ ଭବନ ଠାରେ ଅନୁଷ୍ଠିତ ହେବା ପାଇଁ ଜିଲ୍ଲା ଚେସ୍ ସଂଘ ନିଷ୍ପତ୍ତି ନେଇଛନ୍ତି । ଏହି ଟୁର୍ନାମେଣ୍ଟ ରେ ଜିଲ୍ଳାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୭୦ ଜଣ ଖେଳାଳି ଯୋଗ ଦେବେ। ଯେଉଁ ଖେଳାଳି ମାନେ ବିଭିନ୍ନ ବର୍ଗରେ ଶ୍ରେଷ୍ଟତା ବା ବିଜୟୀ ହେବେ ତାଙ୍କୁ ଅତିଥି ଓ ମୂଖ୍ୟ ଅତିଥି ମାନଙ୍କ ହାତରୁ ସମ୍ମାନିତ ହେବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲା ଚେସ୍ ସଂଘ ସଭାପତି ଶୁକଦେବ ଗୁରୁ ସମ୍ପାଦକ ପ୍ରିୟବ୍ରତ ପଣ୍ଡା ସମେତ ସଂଘ ସଦସ୍ୟ ଶଶି ଶେଖର ପଣ୍ଡା,କମ୍ବୁ ପୂଜାରୀ,ରାକେଶ ପାଣିଗ୍ରାହୀ, ବିଶ୍ବ ରଂଜନ ଡାକୁଆ,ଶିବ ପ୍ରସାଦ ବେହେରା ସମେତ ଅନ୍ୟାନ୍ୟ ସଦସ୍ୟ ଏହି ଟୁର୍ଣ୍ଣାମେଣ୍ଟ ଆଯୋଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।