-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
06-Nov-2022
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁରୋଘାଟ ନୁଆଁପାଲି ଗାଁରେ କାର୍ତ୍ତିକ ମାସ ହବିଷ୍ୟାଳି ମାନେ ହବିସାନ୍ନ କରିବା ସହିତ ରାସ ଉତ୍ସବ ପାଳନ କରିଛନ୍ତି l ଗ୍ରାମର ଜଗନ୍ନାଥ ମନ୍ଦିର ରୁ ଶିଶୁ କନ୍ୟା ମାନେ ଗୋପାଙ୍ଗନା ବେଶରେ ବାହାରି ନଗର କୀର୍ତ୍ତନ ସହିତ ରାଧାକୃଷ୍ଣ ପ୍ରତିମା ଧରି ଗ୍ରାମ ପରିକ୍ରମା କରିଥିଲେ l ଦ୍ୱାପର ଯୁଗରେ ଭଗବାନ
ଶ୍ରୀକୃଷ୍ଣ ଗୋପାନାରୀ ଙ୍କ ସହ ରାସଲୀଳା ରଚି ଥିଲେ l ସେହିପର୍ବ କୁ ବୁରୋଘାଟ ନୁଆଁପାଲି ରେ ଧୂମଧାମ ରେ ଦୀର୍ଘ ବର୍ଷରୁ ଆଜି ପର୍ଯ୍ୟନ୍ତ ପାଳନ କରି ଆସୁଛନ୍ତି ଗ୍ରାମବାସୀ l ଗ୍ରାମର ଗୌନ୍ତିଆ ଶମ୍ଭୁ ମଲ୍ଲିକ, ପଙ୍କଜ ମେହେର ଙ୍କ ସମେତ ଗ୍ରାମର ସମସ୍ତ ଗ୍ରାମବାସୀ ଏଥିରେ ଅଂଶଗ୍ରହଣ କରୁଥିବାର ଦେଖିବାକୁ ମିଳିଥିଲା l ମହିଳା ସଂକୀର୍ତ୍ତନ୍ୟ ଗ୍ରାମ ପରିକ୍ରମା କରି ଭଜନ ପରିବେଷଣ କରିଥିଲେ l ପରେ ସମସ୍ତ ଙ୍କ ପାଇଁ ଅରୁଆ ଅନ୍ନ ଭୋଜନ ର ବ୍ୟବସ୍ଥା କରାଯାଇଥିଲା l