-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିର ଦିନ୍‌ର ୨୦୨୨ ନୂତନ ଲଗୋ ଉନ୍ମୋଚିତ ‘ସ୍ୱାଧୀନତା ସଂଗ୍ରାମୀଙ୍କୁ ଆୟୋଜନ କମିଟିର ଉତ୍ସର୍ଗୀକୃତ’ 

27-Oct-2022




ବଲାଙ୍ଗିର,// ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶବ୍ୟାପୀ ହେଉଥିବା ଆଜାଦିକା ଆମୃତ ମହୋତ୍ସବରେ ବଲାଙ୍ଗିର ଦିନ ଆୟୋଜନ କମିଟି ସାମିଲ ହୋଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲାର ସ୍ୱାଧୀନତା ସଂଗ୍ରାମୀ,ବୀରପୁରୁଷ ଓ ବରପୁତ୍ରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚଳିତ ବର୍ଷ ଉତ୍ସର୍ଗୀକୃତ କରାଯାଇଛି । ପାଟଣା ରାଜ୍ୟର ଇଷ୍ଟଦେବୀ ମା’ ପାଟଣେଶ୍ୱରୀଙ୍କ ମନ୍ଦିରରେ ବଲାଙ୍ଗିର ଦିନ ଆୟୋଜନ କମିଟି ପକ୍ଷରୁ ବଲାଙ୍ଗିର ଦିନ୍ ର ନୂଆଁ ଲଗୋ ଉନ୍ମୋଚିତ ଅବସରରେ ଏହା ମତପ୍ରକାଶ ପାଇଛି । 
  କମିଟିର ଆବାହକ ଜୟକୃଷ୍ଣ ମିଶ୍ରଙ୍କ ଆବାହକତ୍ୱରେ ପ୍ରେସକ୍ଲବ ସଭାପତି ତଥା ପ୍ରଚାର ପ୍ରସାର କମିଟିର ଅଧ୍ୟକ୍ଷ ଅରୁଣ ମିଶ୍ର ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ । 
  ଗୁରୁବାର ସନ୍ଧ୍ୟାରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଏହି ନୂତନ ଲଗୋ ଉନ୍ମୋଚିତ ହୋଇଥିଲା । ପ୍ରାଥମେ ପାଟଣାର ଇଷ୍ଟଦେବୀ ମା’ପାଟଣେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଥିଲା । ପାଟଣେଶ୍ୱରୀ ମନ୍ଦିରର ପୂଜକ ମହେନ୍ଦ୍ର ଦିଶ୍ରୀ  ମନ୍ତ୍ରପାଠ କରି ମା’ଙ୍କୁ ଆବାହନ କରିଥିଲେ । ପୂଜକ ଶ୍ରୀ ଦିଶ୍ରୀ ବରିଷ୍ଠ ନାଗରିକ ତଥା ଉପଦେଷ୍ଟା ମନୋରଞ୍ଜନ ପୁରୋହିତଙ୍କୁ ଲଗୋ  ପ୍ରଦାନ କରିବା ସହ ପାଟଣେଶ୍ୱରୀ ମା’ଙ୍କ ଆଜ୍ଞାମାଳ ପ୍ରଦାନ କରିଥିଲେ । ଏହା ପରେ ଶ୍ରୀ ପୁରୋହିତ ପ୍ରେସ କ୍ଲବ ସଭାପତି ଶ୍ରୀ ମିଶ୍ରଙ୍କୁ ଉନ୍ମୋଚନ କରିବା ପାଇଁ ନିବେଦନ କରିଥିଲେ । ଏହି ଲଗୋକୁ ନିଗମାନନ୍ଦ ନାଥ ନିର୍ମାଣ କରିଛନ୍ତି ।  ଏହା ସହ ଯୁବ କଳାକାର ସ୍ୱର୍ଗତ ଜ୍ୟୋତିରଞ୍ଜନ ପାଣିଗ୍ରାହୀଙ୍କ ବଲାଙ୍ଗିର ଦିନ ପ୍ରତି ଥିବା ଅବଦାନକୁ ସ୍ମୃତିଚାରଣ କରାଯାଇଥିଲା । ଆସନ୍ତା ନଭେମ୍ବର ୧ ତାରିଖରେ ହେବାକୁ ଥିବା ବଲାଙ୍ଗିର ଦିନ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ସାମିଲ କରିବା ପାଇଁ ଲଗୋ ପରିକ୍ରମା ସହ ବଲାଙ୍ଗିର ଦିନ ଆୟୋଜନର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପ୍ରଚାର ପ୍ରସାର କରାଯିବ ବୋଲି ଆୟୋଜନ କମିଟିର ସମ୍ପାଦକ ପ୍ରଶାନ୍ତ ମହାକୁର ସୂଚନା ଦେଇଛନ୍ତି । 
  ଏହି ଲଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ସ୍ମରଣିକା କମିଟିର ସମ୍ପାଦକ ବିଭୁ କଲ୍ୟାଣ ଗଡ଼ତ୍ୟା,କଳାକାର ସଙ୍ଗୀତା ଦାସ, ସାମାଜିକ କର୍ମୀ କରୁଣାକର ପ୍ରଧାନ,କମ୍ବୁପାଣି ପୂଜାରୀ,ଶ୍ରୀମନ୍ତ ପଣ୍ଡା, ବାବୁ ପୂଜାରୀ, ଗୁଲଠୁ ପୁରୋହିତ,ବାସୁଦେବ ପ୍ରଧାନ, ସୋନୁ କୁମାର, ବୁଲୁ ପଣ୍ଡା, ମଳୟ ଦିଶ୍ରୀ, ଦୂତିବାହାନ ଚନ୍ଦନ,ପ୍ରଦୀପ ସାହୁ,ମଣ୍ଟୁ ଗଡ଼ତ୍ୟା,ଶୁକଦେବ ମାଝୀ,କର୍ଣ୍ଣ କଠାର, ବାଳମୁକୁନ୍ଦ ଘିବେଲା, ମହେଶ୍ୱର ସାହୁ,ଭୀମା ମାଝୀ,କୋଶଲ ସେନା, ଗାନ୍ଧୀ ସ୍ମୃତି କମିଟି, ଦେବାଳୟ ସୁରକ୍ଷା କମିଟି, ଜିଲା ଯାଦବ ସମାଜ, ବଲାଙ୍ଗିର ସହର କୁଲତା ସମାଜ, ବଲାଙ୍ଗିର ଗାୟତ୍ରୀ ପରିବାର, ପରିବେଶ ସୁରକ୍ଷା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।      
   


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like