-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
27-Oct-2022
ସୁବର୍ଣ୍ଣପୁର /ପବିତ୍ର କାର୍ତିକ ଶୁକ୍ଳ ପକ୍ଷ ପ୍ରତିପଦା ବୁଧବାର ଦିନ ସୁବର୍ଣ୍ଣପୁର ର ଶ୍ରୀ ଶ୍ରୀ ବୃନ୍ଦାବନ ବିହାରୀ ମହାପ୍ରଭୁ ଙ୍କ ଠାରେ ଗିରି ଗୋବର୍ଧନ ପୂଜା ମହା ଆଡମ୍ବର ରେ ପାଳିତ ହୋଇ ଯାଇଛି l ବାଳ ଭୋଗ, ଅନ୍ନଭୋଗ, ମଙ୍ଗଳ ଆଳତୀ, ପୁଷ୍ପାଞ୍ଜଳୀ ପରେ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିବା ବେଳେ ପୂଜକ ରାଜେନ୍ଦ୍ର କୁମାର ମହାପାତ୍ର ପୂଜାର୍ଚନା କରିଥିଲେ l ପୀତବାସ ମିଶ୍ର, ବାଳ ମୁକୁନ୍ଦ ସାହୁ, ଶେଷଦେବ ଦାଶ, ଶ୍ରୀତମ ମହାପାତ୍ର, ନିକୁ ମିଶ୍ର, ସୁବ୍ରାଂଶୁ ମିଶ୍ର ପ୍ରମୁଖ ଏହି ଉତ୍ସବ ରେ ସହଯୋଗ କରିଥିଲେ l