-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
27-Oct-2022
ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର) : ବଲାଙ୍ଗୀର ଜିଲ୍ଲା ପଛୁଆ ଜିଲ୍ଲା ଭାବରେ ପରିଗଣିତ । ଏହି ଜିଲ୍ଲା କୁ ଆସୁଥିବା ଉଚ୍ଚ ପଦାଧିକାରୀ ମାନଙ୍କୁ ଭେଟିବା ତ ଦୂରର କଥା ।କଥା ପଦେହେଲେ ତାଙ୍କ ନାଲି ଆଖି ଏବଂ କଡା କଥା ରେ ସ୍ଥାନ ଛାଡ଼ି ଚାଲି ଆସିବାକୁ ପଡ଼ୁଛି ।ସରକାର ସ୍ବାସ୍ଥ୍ୟ ଏବଂ ଶିକ୍ଷ୍ୟା କୁ ପ୍ରାଧାନ୍ୟ ଦେଉଥିବା ବେଳେ ବଲାଙ୍ଗୀର ରେ ଓଲଟା ଦେଖିବାକୁ ମିଳୁଛି।ବଲାଙ୍ଗୀର ଶିକ୍ଷ୍ୟା ଅଧିକାରୀ ଙ୍କୁ କୌଣସି ବିଷୟ ନେଇ ପଚାରିଲେ ଆଜ୍ଞା ରାଗି ଯାଆନ୍ତି । ସାର୍ ଙ୍କ ସାଣିତ ସ୍ୱର । ବଲାଙ୍ଗୀର ଶିକ୍ଷ୍ୟା ଅଧିକାରୀ ହେବା ପୂର୍ବରୁ ସାର୍ ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ।ସାର୍ ବହୁତ୍ କଡା । ଚର୍ଚ୍ଚା ହୁଏ ସେତେବେଳେ ମଧ୍ୟ ସାର୍ ଙ୍କ କଡା ମିଜାଜ୍ ପାଇଁ ଚର୍ଚ୍ଚା ର ପରିସରରେ ଥିଲେ ।ଏହି ବିଷୟ ସେ ସମୟରେ ଚର୍ଚ୍ଚ ଜୋର୍ ଧରିଥିବା ଏବେ ମଧ୍ୟ ଚର୍ଚ୍ଚା ହେଉଛି ।ସାର୍ ନିଜେ ବୁଝି ପାରୁଥିବେ ସେ କେତେ କଡା । ଚର୍ଚ୍ଚା ହେଉଛି ସାର୍ ପିଆର୍ ହାଇସ୍କୁଲ କୁ ବାରମ୍ବାର ଯାଉଥିବା ବେଳେ ସହରରେ ଅନେକ ସ୍କୁଲ ଥିଲେ ମଧ୍ୟ ପରିଦର୍ଶନ କରିବା ପାଇଁ କାହିଁକି ଯାଉନାହାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।ଏହା ଆମେ କହୁ ନାହୁ ।ଚର୍ଚ୍ଚା ଯାହା ହେଉଛି ତାହା ଶୁଣି ଆମେ ଆପଣଙ୍କ ଜାଣିବା ପାଇଁ ଲେଖୁଛୁ ।ଆଉ ମଧ୍ୟ ଚର୍ଚ୍ଚା ହୁଏ ବର୍ଷ ବର୍ଷ ଧରି ରହୁଥିବା ଅଧିକାରୀ ଙ୍କ ମୁଁହ କେତେଦିନ ଧରି ଦେଖିବେ ।ଏହି ଲେଖାରେ କାହାକୁ ଆକ୍ଷେପ କରାଯାଇନାହିଁ ।ପ୍ରେରଣା ହାଟରେ ବାଟରେ ହେଉଥିବା ଚର୍ଚ୍ଚା କୁ ନେଇ ଏହି ସମ୍ବାଦ ପରିବେଷଣ କରିଛି ।ଏଣୁ ସାଧୁ ସାବଧାନ ,ବେଳେ ଥାଉ ଥାଉ ବନ୍ଧ ବନ୍ଧରେ କୁମର।