-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
27-Oct-2022
ବଲାଙ୍ଗିର - ଶିଶୁମାନଙ୍କ କଳା ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କ ସର୍ବାଙ୍ଗୀନ ବିକାଶ ଉଦ୍ଦେଶ୍ୟରେ ସମଗ୍ର ଶିକ୍ଷା ଅଭିଯାନ ତରଫରୁ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ନିଧିସାଗର ଉଚ୍ଚ ବିଦ୍ୟାପୀଠ, ବୁବେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁଇଁନ୍ତଳା ବ୍ଲକ ଚେୟାରମେନ ସରୋଜ କୁମାର ପଧାନ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଅତିଥି ଭାବେ ବୁବେଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଗିରୀଜା ବାଙ୍କି, ଜିଲ୍ଲା ପରିଷଦ ସଭ୍ୟ କୁଳମଣୀ ସେଠ, ସରପଞ୍ଚ ସବିତା ମିଶ୍ର, ସମିତି ସଭ୍ୟ ଜୟ ଭାରତ ଭୁଏ ମଞ୍ଚାସୀନ ଥିଲେ । ଶିଶୁମାନଙ୍କର ବୌଦ୍ଧିକ ଓ ମାନସିକ ଶକ୍ତିର ବିକାଶ ନିମନ୍ତେ ସୁରଭି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିଛି ବୋଲି ମୁଖ୍ୟ ଅତିଥି ଶ୍ରୀ ପଧାନ ନିଜ ବକ୍ତବ୍ୟରେ କହିଥିଲେ । ଉତ୍ସବ ଅବସରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଏହି ପ୍ରତିଯୋଗୀତାରେ ବରିଷ୍ଠ ବିଭାଗର କୁଇଜରେ ମୁକେଶ ନାଏକ, ଚିତ୍ରାଙ୍କନରେ ଆକାଶ ରଣା, ବକ୍ତୃତାରେ ସୁନୀତା ସା, ସୃଜନଶୀଳ ଲିଖନରେ ସାଇରାଜ ମହାପାତ୍ର, ବିତର୍କରେ ମନିଷା ସାହୁ, ପ୍ରବନ୍ଧରେ ମୋନାଲିସା ବଗର୍ତି, ସଙ୍ଗୀତରେ ଝରଣା ବାଗ ଏବଂ ଦଳଗତ ନୃତ୍ୟରେ ରାକ୍ସିମୁଣ୍ଡା ହାଇସ୍କୁଲ ପ୍ରଥମ ସ୍ଥାନ ଅଧିକାର କରିଥିଲେ । କନିଷ୍ଠ ବିଭାଗର କୁଇଜରେ ଶାମୁକା ଅମାତ, ଚିତ୍ରାଙ୍କନରେ ସୋହନ ଶିକା, ବକ୍ତୃତାରେ ସ୍ନେହା ନାଏକ, ସୃଜନଶୀଳ ଲିଖନରେ ଅଞ୍ଜଳି ବାଗ, ଶୃତଲିଖନ ଓ ହସ୍ତାକ୍ଷର ରେ କିରନ ମିଶ୍ର, ସଙ୍ଗୀତରେ ପିୟୁଷ ରଂଜନ ଦାନି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଦିବ୍ୟାଙ୍ଗ କୃତି ଶିଶୁ ମାନଙ୍କ ମଧ୍ୟରେ ହୋଇଥିବା ସଙ୍ଗୀତ ପ୍ରତିଯୋଗୀତାରେ ମନିଷା ନନ୍ଦ ଓ ଚିତ୍ରାଙ୍କନରେ ରାଜିବ ନାଗ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଉଦଯାପନୀ ଉତ୍ସବରେ ଏବିଇଓ ଗୋପାଲ ବୁଡେକ, ଦୁର୍ବାଦଳ ମିଶ୍ର, ପ୍ରଧାନ ଶିକ୍ଷକ ନିଳମଣୀ ପଟେଲ, ବିନୋଦ ପାଣିଗ୍ରାହୀ, ଆଦିତ୍ୟ ବଡପଣ୍ଡା, ସୁଧାଂଶୁ ମିଶ୍ର, ହିସାବ ରକ୍ଷକ ସୁଧାଂଶୁ ପାତ୍ର ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ଶୈଳେନ୍ଦ୍ରୀ ପରିଡା, ଅଳକା ଦାଶ, ନାରାୟଣ ମିଶ୍ର କରିଥିବା ବେଳେ ଆନନ୍ଦ ବଡପଣ୍ଡା ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ପୁଇଁନ୍ତଳା ବ୍ଲକ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସିଆରସିସି, ବୁବେଲ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବୁବେଲ ଗ୍ରାମବାସୀ ସହଯୋଗ କରିଥିଲେ ।