-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
26-Oct-2022
କଣ୍ଟାବାଞ୍ଜି(ପ୍ରେରଣା ଖବର) ତୁରେକେଲା ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ଉଦଘାଟନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଜଳନ୍ଧର ମହାକୁଡ, ସରପଞ୍ଚ, ତୁରେକେଲା ପଞ୍ଚାୟତ, ସମ୍ମାନିତ ଅତିଥି ଭାବରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଫକୀର ଚରଣ ବିଶି,ତୁରେକେଲା କ୍ଳଷ୍ଟର ସଂଯୋଜକ ଶ୍ରୀ ବିରଂଚି ନାରାୟଣ ଦାଶ,ଶ୍ରୀ ଶଙ୍କର ନାଗ,ଶ୍ରୀ ବିଜୟ କୁମାର ପାଣିଗ୍ରାହୀ, ଶ୍ରୀ ରାମକୃଷ୍ଣ ସେଲମା ଯୋଗ ଦେଇଥିଲେ।ଅତିଥି ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରିବା ପରେ ଏଗାର ଗୋଟି କ୍ଳଷ୍ଟରରୁ ଆସିଥିବା ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ସଭା ପରିଚାଳନା ମାନ୍ଦଲା ସଂଯୋଜକ ଶ୍ରୀ ଧନସିଂ ମାଝୀ ଓ ହାସ୍ୟଅଭିନେତା ଦୀନବନ୍ଧୁ ବଗର୍ତ୍ତୀ କରିଥିବା ବେଳେ ବିଚାରକ ଭାବେ ପ୍ରେମରାଜ ପାଣିଗ୍ରାହୀ, ଅନୁପ କୁମାର ଦାସ, ପ୍ରକାଶ କୁମାର ମେହେର, ସଂଜୟ କୁମାର ବେହେରା, ରାଜେଶ କୁମାର ସିଂଦେଓ, ଶ୍ରୀକାନ୍ତ ବାଗ,ସତ୍ୟ ପ୍ରକାଶ ସାହୁ, କିଶୋର କୁମାର ବରିହା,ରଜନୀ ମେହେର ରବୀନ୍ଦ୍ର କୁମାର ରଥ,ଦୀନେଶ ମହାନନ୍ଦ, ଘନଶ୍ୟାମ ଶବର,ଗୁରୁ ପ୍ରସାଦ ଛତ୍ରିଆ, ଗୌର ମେହେର, ଶୋଭାବନ ନାଏକ,ଅଂଜଳି ମାଝୀ, ଗଜୟକୁମାର ଦାଶ,ଶୁଭଦୀପ୍ତା ଦାଶ,କୃତିବାସ ବରିହା,ଲଳିତ ମୋହନ ବାରିକ,ଅମରେନ୍ଦ୍ର କୁମାର ବାଗ,ସୂର୍ଯ୍ୟକାନ୍ତ ରଣା, ପରମେଶ୍ବର ଖମାରୀ,ମମତା ପଣ୍ଡା ସୁରୁମଣି ମେହେର, ମାନସ ରଂଜନ ଯାଲ,ଗୋବିନ୍ଦ ହିଆଲ ପ୍ରତିଯୋଗୀ ମାନଙ୍କ ମାନ ନିର୍ଧାରଣ କରିଥିଲେ।ଉଦଯାପନୀ ସଭାରେ ସଂଯୋଜକ ଶ୍ରୀ ବିରଂଚି ନାରାୟଣ ଦାଶ କୃତୀ ପ୍ରତିଯୋଗୀ ମାନଙ୍କ ନାମ ଘୋଷଣା କରିଥିଲେ ଏବଂ ଉପସ୍ଥିତ ଅତିଥି ମାନେ ପ୍ରମାଣପତ୍ର ଓ ପଦକ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସଂଜୟ ଖୁରା,ଭବାନୀଶଙ୍କର ବେହେରା, ମୋହନ ବରିହା,ରମେଶ ଚନ୍ଦ୍ର ସୁନା,ସୁନୀଲ ସାହୁ, ପ୍ରକାଶ ସେଲମା, ପିତାମ୍ବର ଲୁହା, ଜ୍ୟୋତି ବିକାଶ ବାରିକ,ସୁଶାନ୍ତ ପ୍ରଧାନ, ସରୋଜ ପୁରୋହିତ,ଟିକେଶ୍ୱର ବେହେରା, ଦେବ ବଗର୍ତ୍ତୀ,ଅଜିତ କୁମାର ବାରିକ,ସୂର୍ଯ୍ୟରାମ ମାଝୀ,ଧନମତି ମାଝୀ ଆଦି ସହଯୋଗ କରିଥିଲେ।