-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
26-Oct-2022
ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ମହିମୁଣ୍ଡା ଆଦର୍ଶ ବିଦ୍ୟାଳୟ ନିକଟରୁ ଏକ ଚୋରାକାଠ ବୋଝେଇ ପିକଅପକୁ ଜବତ କରିଛି ଜଂଗଲ ବିଭାଗ । ପିକଅପ ଭିତରୁ ଲକ୍ଷାଧିକ ଟଙ୍କାର
ମୂଳ୍ୟବାନ କାଠ ପଟା ଜବତ କରାଯାଇଛି । ପିକଅପରେ କାଠପଟା ଚୋରାଚାଲାଣ ହେଉଥିବା ନେଇ ଖବର ପାଇଥିଲା ଜଂଗଲ ବିଭାଗ । ସ୍ୱତନ୍ତ୍ର ସ୍କ୍ୱାର୍ଡ ମହିମୁଣ୍ଡା ନିକଟରେ ଛକି ବସିଥିଲା । ପିକଅପ ଆସିବା ପରେ ମାଡି ବସିଥିଲେ ଜଂଗଲ କର୍ମଚାରୀ । ଡ୍ରାଇଭର କିନ୍ତୁ ଫେରାର ହେବାରେ ସକ୍ଷମ ହୋଇଥିଲା । ପିକଅପ ସହିତ କାଠପଟାକୁ ଜବତ କରି ଅଧିକ ତଦନ୍ତ ଜାରୀ ରଖିଛି ଜଂଗଲ ବିଭାଗ । କିଏ ଏବଂ କେଉଁଠାକୁ ଚୋରାଚାଲାଣ କରୁଥିଲା ତାହା ତଦନ୍ତ ପରେ ଜଣାପଡିବ ।