-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
24-Oct-2022
ବିନିକା(ହିମାଂଶୁ ଶେଖର ପୁଟେଲ) ଆଜିର ଦିନଟି ମୋ ପାଇଁ ନିଶ୍ଚିତ ଶୁଭଦିନ,ଖୁସିର ଦିନ,ଆନନ୍ଦର ଦିନ ବୋଲି ଭାବି ବିନିକା ସହରର ଯୁବ ଉଦ୍ୟୋଗୀ ତଥା ସ୍ବେଚ୍ଛାସେବୀ ପ୍ରକାଶ କୁମାର ଅଗ୍ରୱାଲ(ବିଟୁ) ଓ ତାଙ୍କ ଧର୍ମପତ୍ନୀ ନିତୁ ଅଗ୍ରୱାଲ ବିନିକା ସ୍ପୋର୍ଟସ କ୍ଲବ ଠାରେ ଖୋଲିଥିବା ସ୍ମାର୍ଟ ଲାଇବ୍ରେରୀକୁ ପୁସ୍ତକ ପ୍ରଦାନ କରିଛନ୍ତି। ଏଠାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷଣୀୟରେ ଏହି ସବୁ ପୁସ୍ତକ କାମରେ ଆସିବ ।ଅନୁଷ୍ଟିତ
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ,ଥାନାଧିକାରୀ ପବିତ୍ର ସାହୁ,ଏଏସଆଇ ଆନନ୍ଦ ନାୟକ,ଶଙ୍କରା ପୂର୍ବତନ ସମିତି ସଭ୍ୟ ଦାଶରଥି ନନ୍ଦଙ୍କ ଉପସ୍ଥିତରେ ୧୨୫ଖଣ୍ଡ ବିଭିନ୍ନ ପ୍ରକାରର ପୁସ୍ତକ ପ୍ରଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସ୍ପୋର୍ଟସ କ୍ଲବ ସଭାପତି ସୋମନାଥ ମିଶ୍ର,ଲାଇବ୍ରେରୀ ଇନଚାର୍ଜ ହିମାଂଶୁ ଶେଖର ପୁଟେଲ,ସାମାଜିକ କର୍ମୀ ରାମ ଗୋପାଳ ବାଘ,ଚିତ୍ତରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।