-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
23-Oct-2022
ପାଟଣାଗଡ଼ (ପୂର୍ଣ ଶଶୀଶେଖର ରାଓ) ଆଜି ପାଟଣାଗଡ଼ ବ୍ଳକ ଯୋଗୀମୁଣ୍ଡା ଆରୋଗ୍ଯ ବିହାର ଠାରେ ଦେବ ବୈଦ୍ୟ ଧନ୍ଵନ୍ତରୀ ମହାରାଜଙ୍କ ଜୟନ୍ତୀ ଓ ବୈଦ୍ୟ ସମ୍ମିଳନୀ ମହାସମାରୋହରେ ପାଳିତ ହୋଇ ଯାଇଛି। ଓଡିଶା ରାଜ୍ଯ ବନୌଷଧୀ ବିଶେଷଜ୍ଞ, କୋସଲ ଗନ୍ଧମାର୍ଦ୍ଦନ ବୈଦ୍ୟ ମହାସଂଘ ଓ ବେଦ ଉଦ୍ୟାନ ଜାମବାହାଲଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଶ୍ରୀମତୀ କସ୍ତୁରୀ ସେଠ୍, ସମ୍ମାନିତ ଅତିଥି ଭାବରେ ଡାକ୍ତର ଦୀନବନ୍ଧୁ ମେହେର, ଝାସକେତନ ଗୁରୁ, ଶାନ୍ତନୁ
କୁମାର ବୁଧିଆ, କ୍ଷମାନିଧି ଭୋଇ, ଅମିଲ ପୁଟେଲ ପ୍ରମୁଖ ଯୋଗ ଦେଇଥିଲେ l ମୁଖ୍ଯବକ୍ତା ଭାବରେ ବୈଦ୍ୟରାଜ ହରିଶ୍ଚନ୍ଦ୍ର ପଣ୍ଡିତ ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବୈଦିକ ଆଚାର୍ଯ୍ଯ ମାନଙ୍କ ଦ୍ୱାରା ବେଦ ଯଜ୍ଞ ଓ ହବନ କରାଯାଇଥିଲା। ବଲାଙ୍ଗୀର ଓ ବରଗଡ ଜିଲ୍ଲାରୁ ଶତାଧିକ ବୈଦ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଗଣ୍ଡାରାମ ବେହେରା ସଭା ପରିଚାଳନା କରିଥିଲେ ଓ ଦେବ ପଧାନ ସହଯୋଗ କରିଥିଲେ। ବୈଦ୍ୟ ଦେବାନନ୍ଦ ସାହୁଙ୍କ ଧନ୍ୟବାଦ ଅର୍ପଣ ପରେ ସଭାସାଂଗ ହୋଇଥିଲା।