-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
23-Oct-2022
ସୁବର୍ଣ୍ଣପୁର: ପବିତ୍ର କାର୍ତିକ ମାସ ସୋମବାର ତଥା ଚତୁର୍ଦଶୀ ଅବସର ରେ ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର - ମନମୁଣ୍ଡା ଓ ଦିଲ୍ଲୀ ନେହେରୁ ଯୁବ କେନ୍ଦ୍ର ସୋନପୁର ଶାଖା ପକ୍ଷରୁ ସୁବର୍ଣ୍ଣପୁର ମୁଖ୍ୟ ପର୍ଯ୍ୟଟନ କେନ୍ଦ୍ର ଶ୍ରୀ ରାମେଶ୍ୱର ଙ୍କ ମନ୍ଦିର ର ଚତୁର୍ପାଶ୍ୱ ରେ ଏକ ସଫେଇ ଓ ପଲିଥିନ ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି l ସ୍ୱଚ୍ଛ ଭାରତ ର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ , ଅଶୋକ ହୋତା, ଡା. ସୁନୀଲ ମହାପାତ୍ର ଙ୍କ ତତ୍ୱାବଧାନ ଓ ମନୋରଞ୍ଜନ ତ୍ରିପାଠୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସୟଦ ଅଲିମୁଲ ଇସଲାମ, ରାମ ଚନ୍ଦ୍ର ଅଗ୍ରୱାଲା, ପ୍ରଫୁଲ୍ଲ ନାଏକ, ପ୍ରମୋଦ ସାହୁ,
ବୃନ୍ଦାବନ ରଥ, ଜୟନ୍ତୀ ରଥ,, ମନୋଜ ପଣ୍ଡା, ନାରାୟଣ ରଥ, ଜୟନ୍ତ ବେହେରା, , ତ୍ରିଲୋଚନ ତରିଆ, ଅମର ଭୁତ, ପ୍ରତାପ ଦାଶ, ସିମାଞ୍ଚଳ ହୋତା, , ତରଣୀ ମେହେର, ଡା, ସରୋଜ ପଟେଲ, ସୁଶାନ୍ତ ସାହୁ, ଜୟ ନାରାୟଣ ସାହୁ, ରାମୁ ତିୱାର, ପ୍ରତିମନ କର୍ଣ, ପ୍ରମୁଖ ସ୍ୱଚ୍ଛ ଭାରତ ର ଅନେକ ସଭ୍ୟ ଏବଂ ନେହେରୁ ଯୁବ କେନ୍ଦ୍ର ର ଭୋଲେଣ୍ଟୀଅର ଶେଷଦେବ ନନ୍ଦ, ଓ ଲଳିତା କୁମ୍ଭାର ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଅଳିଆ ଆବର୍ଜନା ଓ ପଲିଥିନ ସଫେଇ କରି ଜନ ସାଧାରଣ ଙ୍କୁ ସଚେତନ କରାଇଥିଲେ l