-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
21-Oct-2022
ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ୬୩ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି I ସ୍ଥାନୀୟ ରିଜର୍ଭ ପଡିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ ସହିଦ ସ୍ତମ୍ବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏବଂ ମହାମାନ୍ୟ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ, ଓ ପୋଲିସ ଡି. ଜି ଙ୍କ ବାର୍ତ୍ତା କୁ ପଠନ କରି ସହିଦ ହୋଇଥିବା ପୋଲିସ ମାନଙ୍କୁ ଆଜିର ଦିନ ରେ ସ୍ମରଣ କରି ଉତ୍ସର୍ଗୀକୃତ ଭାବେ ନିଜ ଜାତି, ସମାଜ, ଓ ଦେଶ ପାଇଁ ସାହାସିକତା ସହ ସେବା କରିବାକୁ ସମସ୍ତେ ସଂକଳ୍ପ ନେବାକୁ ଆହ୍ୱାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ
ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଏସପି ହେମନ୍ତ ପାଢୀ ,ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ,ଜିଲ୍ଲା ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନାଙ୍କ ସମତେ ଜିଲ୍ଲାର ପୋଲିସ କର୍ମଚାରୀ ଓ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ । ଆଜି ପ୍ୟାରେଡ କୁ ଦୁଇ ପ୍ଲାଟୁନ୍ ପୋଲିସ ସହିତ ଆର୍ ଆଇ ପ୍ରଦ୍ୟୁମ୍ନ ପଟେଲ, ସର୍ଜେଣ୍ଟ ବିଶ୍ଵନାଥ ଜେନା ପ୍ୟାରେଡ୍ ର ନେତୃତ୍ୱ ନେଇଥିଲେ ।