-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
21-Oct-2022
ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅଧିନିସ୍ଥ ପ୍ରାୟ ୨୦ ଟି ଗ୍ରାମପଞ୍ଚାୟତ ର ୩୦୫ ଜଣ କଳାକାର ଜିଲ୍ଲାସ୍ତରରେ ଆବେଦନ କରିଥିଲେ ଏବଂ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସମସ୍ତ କଳାକାରଙ୍କ ସାମର୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ସେଥିରେ ୨୯୦ ଜଣ କଳାକାର ଯୋଗଦେଇ ନିଜର ସାମର୍ଥ୍ୟ ଦେଇଥିଲେ l ବ୍ଲକ ପ୍ରଶାସନ ଏବଂ କଳାକାର ସଂଘ ସମସ୍ତ ପ୍ରକାର ସହଯୋଗ କରିଥିଲେ l ଯଦି କୌଣସି କଳାକାର
ରହିଯାଇଛନ୍ତି ତାଙ୍କୁ ଆସନ୍ତା ୨୬.୧୦.୨୨ ରିଖ ପର୍ଯ୍ୟନ୍ତ ସୁଯୋଗ ଦିଆଯିବ l ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଲୋଇସିଂହା ବିଡ଼ିଓ ଆକାଶ ରଞ୍ଜନ ସାହୁ, ଏବିଡିଓ ବିଜୟକୁମାର ହୋତା, ବିଏସଏସଓ ଆଶା ପଧାନ, ଶଙ୍କରପ୍ରସାଦ ବେହେରା, ମଣ୍ଟୁ ଖାନ, ସରୋଜ ବିଶ୍ୱାଳ, ସରୋଜ ମହାକୁର, ଦେବେନ୍ଦ୍ର ମିଶ୍ର, ସତ୍ୟନାରାୟଣ ଦାସ, ଗୌରୀଶଙ୍କର ବେଜ, ଲୋଇସିଂହା ସରପଞ୍ଚ ନବକିଶୋର ନାଏକ, ପିଇଓ ପ୍ରେମାନନ୍ଦ ମହାଲିଙ୍ଗ, ଯୋଗାଣ ସହାୟକ ମାଧବ ଭୋଇ, ମନୋଜ ମହାନା ପ୍ରବୃତ୍ତି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l