-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଜୁଆର ନଗରୀ ପାଲଟିଛି ବିନିକା, ଖେଳ ପରି ଯୋରଦାର ଚାଲିଛି ଘୁଡୁଘୁଡୁ ପଟ୍ଟି

19-Oct-2022



ବିନିକା(ହିମାଂଶୁ ଶେଖର ପୁଟେଲ) ଖେଳ..ଖେଳ...ଖେଳ । ଯେକୌଣସି ଖେଳ ମନୋରଞ୍ଜନ ପାଇଁ ହେଉ ଅବା ନିଜ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଖେଳାଯାଏ l ଯେଉଁଥିରୁ ଉଭୟ ଖେଳାଳି ଓ ଦର୍ଶକ ମଜା ଉଠାଇଥାନ୍ତି ।ଠିକ ସେହିପରି ପ୍ରତିଟି ଖେଳରେ ହାରଜିତ ଲାଗି ଥାଏ କୌଣସି ପକ୍ଷ ସବୁବେଳେ ହାରେନି କି ସବୁବେଳେ ଜିତେନି ।ମାତ୍ର ଏମିତି ଏକ ଖେଳ ରହିଛି ଯେଉଁଠି କେବଳ ଖେଳାଳୀର ଲସ ହିଁ ଲସ ହୋଇଥାଏ । ଥରେ ମାତ୍ର ଏହି ଖେଳ ପ୍ରତି ଆକର୍ଷିତ ହେଲେ,ସରିଲା । ପରେ ଚାହିଁଲେ ବି ଜଣେ ସହଜେ ଏଥିରୁ ଦୂରେଇ ପାରେନା। ଏପରି କି ଟଙ୍କା ଲୋଭରେ ଖେଳାଳି ଜଣକ କେତେବେଳେ ଭିକାରୀ ହୁଏ ଜାଣି ବି ପାରେନି ।ଏହି ସାଙ୍ଘାତିକ ଖେଳ ହେଉଛି ଜୁଆ ।କଳା,ସଂସ୍କୃତିର ଜିଲ୍ଲା ସୁବର୍ଣ୍ଣପୁରର ବିନିକା ସହର ସମେତ ସାରା ବ୍ଳକ ଅଞ୍ଚଳର ବିଭିନ୍ନ ଗ୍ରାମରେ କ୍ରିକେଟ,ଫୁଟବଲ ଖେଳ ପରି ଏହି ଜୁଆ ଖେଳର ବେଶ ଚାହିଦା ବୃଦ୍ଧି ପାଇଛି l

ସେଥିପାଇଁ ସମ୍ପ୍ରତି ବିନିକାକୁ ଜୁଆର ନଗରୀ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ପୌରାଣିକ ଯୁଗରୁ ଚାଲି ଆସିଥିବା ଏହି ଭୟାନକ ଖେଳର ଅନେକ ଭୟାବହତା ନଜରକୁ ଆସିଛି ।ହେଲେ ଅର୍ଥ ଲୋଭି ମଣିଷ ତଥାପି ଏଥିରୁ ନିଜକୁ ଦୂରେଇ ପାରୁନି । ସୋନପୁର ଜିଲ୍ଲା ବିନିକା ଅଞ୍ଚଳରେ ଏବେ ଜୁଆପାଲି ଦିନକୁ ଦିନ ବଢିବଢି ଚାଲିଛି । ଲୋପ ପାଇବ କ'ଣ ଓଲଟା ଡବଲ୍ ଟିବଲ ଚାଲିଛି । ସନ୍ଧ୍ୟା ହେବାମାତ୍ରେ ଜୁଆଡୀଙ୍କ ରାଜ ଚାଲୁଛି ।ଗୋଟିଏ ସ୍ଥାନରେ ପଡ଼ିଲେ ତାର କିଛିଦିନ ପରେ ପୁଣି ପ୍ରତିଯୋଗିତା ମୂଳକ ଭାବେ ଅନ୍ୟ ସ୍ଥାନରେ ଘୁଡୁଘୁଡୁ ପଟ୍ଟି ର ଖେଳ ଜୋରଦାର ହେଉଛି । ସୂଚନାଯୋଗ୍ୟ ଯେ ପଶ୍ଚିମ ଓଡ଼ିଶାର ପ୍ରାଣ କେନ୍ଦ୍ର ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଏହି ବେଆଇନ ଖେଳକୁ ରୋକ ଲଗାଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଖୁଲମଖୁଲା ଚାଲିଛି ।ଖର୍ଚ୍ଚାନ୍ତ ଯୋଗୁଁ ଦିନକୁ ଦିନ ଲୁଚି ଯାଉଥିବା କ୍ରିକେଟ, କବାଡି, ଖୋକୋ, ଫୁଟବଲ ଆଦି ଖେଳକୁ ମୁହିଁ ମୋଡୁଥିବା ଆଜିର ଯୁବ ପିଡି ଏହି ବେଆଇନ ଜୁଆ ଖେଳ ପ୍ରତି ଆକର୍ଷିତ ହେଉଥିବାରୁ ଏହାର ପ୍ରାଧାନ୍ୟ ବଡିବାରେ ଲାଗିଛି ।ମଝିରେ ମଝିରେ ଏହି ଖେଳ ପ୍ରତି ରୋକ ଲଗାଇବା ପାଇଁ ଖବର ପ୍ରକାଶ ପାଉଥିଲେ ମଧ୍ୟ ନା ଖେଳାଳି ନା ଜୁଆ ମାଫିଆଙ୍କ ଠାରେ ପ୍ରଭାବ ପଡୁଛି । ସ୍ଥାନୀୟ  ପୋଲିସ ବି ଏମାନଙ୍କ ପାଇଁ ସତରେ ଆଖି ବୁଜି ଦେଇଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚନା ହେଉଛି ।ସାପ୍ତାହିକ ବଜାର, ଯାନିଯାତ୍ରା ନାମରେ ଏହି ଖେଳ ଜୋରସୋର ଭାବରେ ଚାଲୁଥିବା ଜଣାପଡିଛି । ଜୁଆରେ ଛୋଟ ବାଳକଙ୍କ ଠୁଁ ଆରମ୍ଭ କରି ବୁଡ଼ା ପର୍ଯ୍ୟନ୍ତ ସମସ୍ତେ ବାଇଆ ।ମାତ୍ର ଥରେ ଦୁଇଥର କିଛି ଟଙ୍କା ପାଇ ଅଧିକାଂଶ ଥର ହାରୁଥିବା ନଜିର ରହିଛି । ଜୁଆ ଯୋଗୁଁ ଚୋରି ହାରି ମଧ୍ୟ

ବୃଦ୍ଧି ପାଉଛି । ଅଧିକ ଲୋଭରେ କେତେକ ଘରୁ ହେଉ କି ଅନ୍ୟଠୁଁ ଚୋରି କରି ଜୁଆ(ଘୁଡୁଘୁଡୁ ପଟ୍ଟି) ଖେଳ ଖେଳୁଛନ୍ତି ।ଏହା ଯୋଗୁଁ ଅଶାନ୍ତି ମଧ୍ୟ ସୃଷ୍ଟି ହେଉଛି ।ସମାଜସେବୀ,ବୁଦ୍ଧିଜୀବୀ ତଥା ଅଞ୍ଚଳର ସଚେତନ ନାଗରିକ ଏଭଲି ଖେଳରୁ ଦୂରେଇ ରହିବାକୁ ଯେତେ ବୁଝାଇଲେ ମଧ୍ୟ ଜୁଆଡି ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ । ପୋଲିସ ଚାହିଁଲେ ଏହି ଖେଳ ଉପରେ ରୋକ ଲାଗନ୍ତା ହେଲେ ଟଙ୍କା ମୋହ ପାଇଁ ପୋଲିସ ପ୍ରଶାସନ କି ପ୍ରଶାସନିକ ସ୍ତରରେ କେହିବି ଗୁରୁତ୍ତ୍ଵ ଦେଉ ନଥିବା ସାଧାରଣରେ ଚର୍ଚା ହେଉଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like