-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ବେଜବରୁଆଙ୍କ ବାସଭବନ ବୁଲି ଦେଖିଲେ ଆସାମର ଅଧିକାରୀ ଦଳ

19-Oct-2022



ସମ୍ବଲପୁର,: ସମ୍ବଲପୁରରେ ଗସ୍ତରେ ଆସିଥିବା ଆସାମର ଅଧିକାରୀ ଦଳ କଚେରୀ ଛକରେ ଥିବା ସାହିତ୍ୟରଥୀ ଲଷ୍ମୀନାଥ ବେଜବାରୁଆଙ୍କର ସାଧାନ ପୀଠ ଓ ବାସଭବନ ମଙ୍ଗଳବାର ବୁଲି ଦେଖିଛନ୍ତି I ଆସାମ ସରକାରଙ୍କର ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ମନିଦୀପା ବର୍କୋଟୋକି ଓ  ନିର୍ଦେଶକ ମିନାକ୍ଷୀ ଦାସ ନାଥ ସୋମବାର ଭୁବନେଶ୍ୱରଠାରେ ଓଡିଶା ସରକାରଙ୍କର ବିଭାଗୀୟ ଅଧିକାରୀଙ୍କ ଆଲୋଚନା କରିବା ପରେ ମଙ୍ଗଳବାର ସମ୍ବଲପୁର ଆସିଥିଲେ I ଆସାମର ଆଧୁନିକ ସାହିତ୍ୟର ଜନକ କୁହାଯାଉଥିବା ଲଷ୍ମୀନାଥ ବେଜ୍‌ବରୁଆଙ୍କର ପୁନଃରୁଦ୍ଧାର ହୋଇଥିବା ସାଧନା ପୀଠ ଦେଖି ସେମାନେ ଖୁସିବ୍ୟକ୍ତ କରିଥିଲେ। ସେହିପରି ବାସଭବନର ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ଦେଖିଥିଲେ I ପରେ ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ଭେଟି ସାଧନା ପୀଠର ଲୋକାର୍ପଣ, ବାସଭବନର ପୁନରୁଦ୍ଧାର ଏବଂ ସେଠାରେ ହେବାକୁ ଥିବା ପାଠାଗାର ଓ ଅନ୍ୟାନ୍ୟ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ I ବିଶେଷକରି ଏହାର ପରିଚାଳନା ସଂପର୍କରେ ମଧ୍ୟ ବ୍ୟାପକ ଆଲୋଚନା ହୋଇଥିବା ଜଣାପଡ଼ିଛି I ପରେ ପୁନଃରୁଦ୍ଧାର କାର୍ଯ୍ୟ ତୁଳାଉଥିବା ଇନ୍‌ଟାକ୍‌ର ସଦସ୍ୟମାନଙ୍କ ସହିତ ମଧ୍ୟ  ସର୍କିଟ ହାଉସ୍‌ରେ ଆଲୋଚନା କରିଥିଲେ I ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରାଯିବା ପରେ ଆବଶ୍ୟକ ଅଧିକ ଅର୍ଥ ବି ପ୍ରଦାନ ଉପରେ ଗୁରୁତ୍ବାରୋପ କରିଥିଲେ I ପ୍ରତିନିଧି ଦଳକୁ ସମ୍ବଲପୁର ରେଳଷ୍ଟେସନରେ ଓର୍‌ମାସର ଡେପୁଟି ସିଇଓ ଶ୍ରୀମନ୍ତ ହୋତା, ଜିଲ୍ଲା ସଂସ୍କୃତି ଅଧିକାରୀ ଦୀପକ କୁଲୁ, ଇଣ୍ଟାକ୍‌, ସମ୍ବଲପୁରର ତାରିଣୀ ପଣ୍ଡା, ଡ.ବିଭୁଦତ୍ତ ମିଶ୍ର, ବେଜବୋରୁଆ ସ୍ମୃତି କମିଟିର ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ସ୍ବାଗତ କରିଥିଲେ I ପରିଦର୍ଶନ ସମୟରେ ସଦର ଉପଜିଲ୍ଲାପାଳ ପ୍ରଭାସ ଡନସନା, ସଦର ଅତିରିକ୍ତ ତହସିଲଦାର ସରୋଜା ବେହେରା, ବେଜବୋରୁଆ ସ୍ମୃତି କମିଟିର ସଦସ୍ୟ ଡାକ୍ତର ରାଜାରାମ ଷଡ଼ଙ୍ଗୀଙ୍କ ସହିତ ବହୁ ବେଜବୋରୁଆ ପ୍ରେମୀ ଉପସ୍ଥିତ ଥିଲେ I ଉଲ୍ଲେଖଯୋଗ୍ୟ ଯେ, ୧୯୧୭ ମସିହାରେ ଲକ୍ଷ୍ମୀନାଥ ବେଜ୍‌ବରୁଆ କାଠ ବ୍ୟବସାୟ ସହ ସଂପୃକ୍ତ ଏକ ସଂସ୍ଥାର ଅଧିକାରୀ ଭାବେ ସମ୍ୱଲପୁର ଆସିଥିଲେ। ଦୀର୍ଘ ୨୦ ବର୍ଷର ରହଣି ମଧ୍ୟରେ ଏଠାରେ ସେ ୨୫ଟି କାଳଜୟୀ ସାହିତ୍ୟ କୃତି ସୃଷ୍ଟି କରିଥିବା ବେଳେ ଏଥିରେ ସମ୍ୱଲପୁର ଅଂଚଳର ଜନଜୀବନ ଓ ଚରିତ୍ର ସବୁ ସ୍ଥାନ ପାଇଛି I ଦୀର୍ଘ ୧୦ ବର୍ଷ ପର୍ଯ୍ୟନ୍ତ ସେ ସମ୍ବଲପୁର ମ୍ୟୁନିସିପାଲଟିର କାଉନସିଲର ମଧ୍ୟ ଥିଲେ। ୨୦୧୦ ମସିହାରେ ଆସାମର ତତ୍କାଳୀନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକ ତାଙ୍କ ସମ୍ୱଲପୁର ଗସ୍ତ ସମୟରେ ବେଜ୍‌ବରୁଆଙ୍କ ସ୍ମୃତିରକ୍ଷା ପାଇଁ ସାଧନାପୀଠକୁ ଏକ ଐତିହ୍ୟପୀଠରେ ବିକଶିତ କରିବାକୁ ଗୁରୁତ୍ୱାରୋପ କରିଥିଲେ। ଏହା ପରେ ବେଜ୍‌ବରୁଆ ସ୍ମୃତିରକ୍ଷା କମିଟି ଏ ଦିଗରେ ପ୍ରୟାସ ଆରମ୍ଭ କରିଥିଲା। ୨୦୧୮ ମସିହାରେ ଆସାମ ସରକାର ୫୦ ଲକ୍ଷ ଟଙ୍କା ଓ ଓଡ଼ିଶା ସରକାର ୫୫ ଲକ୍ଷ ଟଙ୍କା ଦେଇଥିଲେ। ୨୦୧୯ ମସିହାରେ ସାଧନା ପୀଠ ନବୀକରଣ କାର୍ଯ୍ୟ ଇନ୍‌ଟାକ୍‌, ଓଡ଼ିଶା ଶାଖା ଆରମ୍ଭ କରିଥିଲା। ବିଳମ୍ବରେ ହେଲେ ମଧ୍ୟ କିଛି ମାସ ତଳେ ପୁନରୁଦ୍ଧାର କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲେହେଁ ପରିଚାଳନାଗତ ସମସ୍ୟା ଯୋଗୁ ଏହାର ଲୋକାର୍ପଣ ହୋଇପାରି ନାହିଁ I

ସମ୍ବଲପୁର ରୁ ସଂଜୀବ ପାଣିଗ୍ରାହୀଙ୍କ  ରିପୋର୍ଟ୍ 


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like