-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
19-Oct-2022
ସମ୍ବଲପୁର,/ ସମ୍ବଲପୁର ସିଟି ଷ୍ଟେସନ ଓ ମାନେଶ୍ବର ଷ୍ଟେସନ ମଧ୍ୟରେ ଥିବା ସିନ୍ଦୂରପଙ୍କ ନିକଟ ରେଳ ଧାରଣାରୁ ଆଜି ଟାମ୍ପରକେଲା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କ୍ଷୀରୋଦ ନାଥଙ୍କ ମୃତଦେହ ଉଦ୍ଧାର ହୋଇଛି I ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ ଜବତ କରିଛି ପୋଲିସ I ସେ ଗତ ତିନି ମାସ ତଳେ ଚାକିରିରୁ ଅବସର ଗ୍ରହଣ କରିଥିଲେ I ତାଙ୍କର ଘର ସଦର ଥାନା ଅନ୍ତର୍ଗତ ସିନ୍ଦୂରପଙ୍କ ଠାରେ ବୋଲି ଜଣାଯାଇଛି I ଟାମ୍ପରକେଲା ହାଇସ୍କୁଲରେ ଦୀର୍ଘଦିନ ଧରି ସେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ I ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ ଜବତ କରିଛି ପୁଲିସ I ସେ ଏଥିରେ ନିଜର ମୃତ୍ୟୁ ଲାଗି ସହକର୍ମୀଙ୍କୁ ଦାୟୀ କରିଛନ୍ତି I ସେ ଏହି ନୋଟରେ ଲେଖିଛନ୍ତି, ମୋର ସହକର୍ମୀ ସୁବଳ ବାରିକ, ମୁରାରୀ ପ୍ରସାଦ ପଟେଲ, ଜଗଦୀଶ ସାହୁ ଓ ସଂଜୀବ ପଟେଲ ମୋତେ ମିଳିତ ଭାବେ ଷଡ଼ଯନ୍ତ୍ର କରି ଫସେଇ ଦେଇଛନ୍ତି I ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି I
ସମ୍ବଲପୁର ରୁ ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ୍