-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

କାର୍ଯ୍ୟ ଦକ୍ଷତା ଓ ଜ୍ଞାନ କୌଶଳର ଉଦାହରଣ ସୁବର୍ଣ୍ଣପୁର ର ପ୍ରାକ୍ତନ ଓ ପୁରୀ ର ନୂତନ ଆରଟିଓ ରବୀନ ପଟ୍ଟନାୟକ

18-Oct-2022



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ): ରାଜ୍ୟ ପରିବହନ କମିଶନର ପକ୍ଷରୁ  ସଡ଼କ ସୁରକ୍ଷା ଓ ପରିବେଶ ସୁରକ୍ଷା ଉପରେ ଗତ ୩୦ ତାରିଖରେ ଆୟୋଜିତ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଉତ୍ସବରେ ରାଜ୍ୟର ବେଷ୍ଟ ଆର ଟି ଓ ଭାବରେ  ସୁବର୍ଣ୍ଣପୁର ଆରଟିଓ ରବୀନ ପଟ୍ଟନାୟକଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଗତ ୨୮ ତାରିଖରେ ସୁବର୍ଣ୍ଣପୁର ଜ଼ିଲ୍ଲାରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ରେ ଆରଟିଓ ଶ୍ରୀ ପଟ୍ଟନାୟକଙ୍କୁ ଜ଼ିଲ୍ଲା ପ୍ରଶାସନ, ଓଡିଶା ସାମ୍ବାଦିକ ସଂଘ ସମେତ ଜ଼ିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ  ସଫଳତା ଓ ଶୁଭ କାମନା ଜ୍ଞାପନ କରାଯାଇଥିଲା l ପ୍ରକାଶ ଥାଉ କି ଯେ ଶ୍ରୀ ପଟ୍ଟନାୟକଙ୍କ ମିଷ୍ଟ ଭାଷା, କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟପରାୟଣତା, ସମୟାନୁବର୍ତ୍ତିତା, ସେବା ଏବଂ ପରୋପକାର  ପାଇଁ ଏକ ଉଦାହରଣ ସାଜି ନିଜ ବିଭାଗ ଓ ସମସ୍ତ ବିଭାଗକୁ ପ୍ରେରଣା ଯୋଗାଇଛନ୍ତି l ସୁବର୍ଣ୍ଣପୁର ଜିଲ୍ଲା ପରିବହନ ଅଧିକାରୀ ରୁପେ ସେ ଏହି ବିଭାଗରେ ଆଣିଥିବା ସଂସ୍କାର ଦ୍ଵାରା ଜନସାଧାରଣ ବିଶେଷ ଭାବରେ ଉପକୃତ ହୋଇପାରିଛନ୍ତି l ଏହାକୁ କ୍ରିୟାଶୀଳ ଏବଂ କାର୍ଯ୍ୟଦକ୍ଷ କରି ରାଜ୍ୟ ସ୍ତରରେ ନିଜ ବିଭାଗ ତଥା ଜିଲ୍ଲା ପାଇଁ ଅନେକ ଥର ସମ୍ମାନ ଆଣିଦେଇଛନ୍ତି l ସ୍ମାର୍ଟ କାର୍ଯ୍ୟାଳୟ, ଆଧୁନିକିକରଣ ଆର ଟି ଓ ସେବା କେନ୍ଦ୍ର, ସ୍ମାର୍ଟ ଡ୍ରାଇଭ ପରୀକ୍ଷଣ ଟ୍ରାକ୍, ଟ୍ରାଫିକ ସିଗନାଲ ବ୍ୟବସ୍ଥା, ଆହତ ବ୍ୟକ୍ତି ଙ୍କୁ ନିଜେ ଗାଡି ରେ ଆଣି ଚିକିତ୍ସା କରାଇ  ସାମରିଟେନ ପଲିସି ଉପରେ ଲୋକଙ୍କୁ ସଚେତନତା କରିଛନ୍ତି l  , ୨୦୧୮ରେ କଲେକ୍ଟର ଦାଶରଥୀ ଶତପଥୀଙ୍କ ସମୟରେ ସେ ଦାଇତ୍ୱ ନେବା ପରେ ନୋ ହେଲମେଟ ନୋ ପେଟ୍ରୋଲ  ଅଭିଯାନ ଓ ସଡ଼କ ସୁରକ୍ଷା ଅଭିଯାନକୁ କଡାକଡ଼ି ଭାବେ ଆରମ୍ଭ କରାଇ  କେତେବେଳେ ଦୁର୍ଘଟଣା ରୋକିବାରେ ରାଜ୍ୟ ରେ ପ୍ରଥମ ସ୍ଥାନ  ଅଧିକାର  ତ କେତେବେଳେ କ୍ଯୁ୍ ମେନେଜମେଣ୍ଟ ସିଷ୍ଟମ  ଉଦଘାଟନ, କେବେ ଏଡିଟିସି  ସ୍ୱୟଂ ଚାଳିତ  ଗାଡି ଚାଳନା ପରୀକ୍ଷଣ କେନ୍ଦ୍ରର ଶୁଭାରମ୍ଭ, ତ କେବେ ଜ଼ିଲ୍ଲା ସାରା ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ  ନେଇ ପଥପ୍ରାନ୍ତ ନାଟକ ମାଧ୍ୟମ ରେ ଅନେକ ସଚେତନତା  କାର୍ଯ୍ୟକ୍ରମ କରିଛନ୍ତି, କେବେ ଜ଼ିଲ୍ଲା ର ବୁଦ୍ଧିଜୀବୀଙ୍କୁ ନେଇ  ସଡ଼କ ସୁରକ୍ଷା କମିଟି ଗଠନ ତ କେବେ ଗୁଡ଼ ସାମରିଟେନ ପଲିସିରେ ପ୍ରଚାର ପ୍ରସାର  ସହ କିଛି ସାହାସିକ ଯୁବକଙ୍କୁ  ପୁରସ୍କୃତ,  କେବେ ମୁଖ୍ୟ ଛକ ମାନଙ୍କ ରେ ଟ୍ରାଫିକ ସିଜିନାଲର ଶୁଭାରମ୍ଭ  ତ କେବେ ଜ଼ିଲ୍ଲା ସାରା ସ୍ପେସିଆଲ ଡ୍ରାଇଭ, ହାଇ୍ୱେ ପେଟ୍ରୋଲିଙ୍ଗ, ଏଭଳି ଭାବେ ଚାରି ଚାରି ଟା କଲେକ୍ଟର  ଓ ଜ଼ିଲ୍ଲାର ଦୁଇ ଦୁଇ ମନ୍ତ୍ରୀଙ୍କ ସହିତ ସେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି  l ରୋଡ଼ ସେଫଟି କନଫରେନ୍ସ ହଲ ର ମଧ୍ୟ ଉଦଘାଟନ କରିଛନ୍ତି l  ଏକ ନମ୍ବର ଆର ଟି ଓ  ଓ  ଏକ ନମ୍ବର ଜ଼ିଲ୍ଲା ଭାବେ ଜ଼ିଲ୍ଲାର ଗୌରବ ଆଣିବା, ଦୁର୍ଘଟଣାରେ ଶୂନ୍ୟ ମୃତ୍ଯୁହାରର ଲକ୍ଷ୍ୟ ସ୍ଥାପନ  କରିବା ପାଇଁ  ନୁଆଁ ଶୈଳୀରେ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କ କାର୍ଯ୍ୟଦକ୍ଷତା ଏବଂ କର୍ମକୁଶଳତାର ପ୍ରମାଣ  ଦେଇଛନ୍ତି l ସାମଗ୍ରିକ ଭାବରେ ପରିବହନ କ୍ଷେତ୍ରରେ ଜିଲ୍ଲାକୁ ଅଗ୍ରଣୀ କରାଇବା ସହିତ ଗୋ ଶ୍ରଦ୍ଧା ଯୋଜନା ଓ ରକ୍ତ ଦାନ କ୍ଷେତ୍ରରେରେ ପୋଲିସ ପ୍ରଶାସନକୁ ସହଯୋଗ କରି  ସେ  ଜ଼ିଲ୍ଲାର ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଛନ୍ତି l ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଗମନାଗମନର ସୁବିଧା ଯୋଡ଼ିଦେଇ ସେ  ପୁଣି ଜଗନ୍ନାଥଙ୍କ ଇଚ୍ଛାରେ ପୁରୀ ଭଳି ବ୍ୟସ୍ତବହୁଳ ଜିଲ୍ଲାକୁ ନିଜର କର୍ମକ୍ଷେତ୍ରର ସୁଯୋଗ ପାଇଛନ୍ତି l ପ୍ରକୃତ ରେ 'ମାନବ ଜୀବନ ନୁହଇଁ କେବଳ ବର୍ଷ ମାସ ଦିନ ଦଣ୍ଡ କର୍ମେ ଯିଏଁ ନର କର୍ମ ଏକା ତାର ଜୀବନର ମାନଦଣ୍ଡ' ଏ ଉକ୍ତି କୁ ଶ୍ରୀ ପଟ୍ଟନାୟକ ସାର୍ଥକ କରି ପ୍ରଶାସନିକ ଅଧିକାରୀ ଓ ଅନ୍ୟ ଙ୍କ ପାଇଁ ପ୍ରେରଣା ସାଜିଛନ୍ତି l 


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like