-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
11-Oct-2022
ବଲାଙ୍ଗୀର(ପ୍ରେରଣା ଖବର)ଆଜି ବଲାଙ୍ଗୀର ମନୋହରପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ଏଥିରେ ସିଆର୍ସିସି ବିଜୟିନୀ ଦାନୀ ଅତିଥି ଭାବରେ ଯୋଗ ଦେଇଥିଲେ । ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପୁରୁଷପ୍ରଧାନ ସମାଜରେ ବାଳିକା ମାନେ ନିଜକୁ କେବେ ନିଜକୁ ଅବଳା କି ଦୁର୍ବଳା ମନେ କରିବା ଉଚିତ ନୁହେଁ । ଜୀବନରେ ଆତ୍ମନିର୍ଭରଶୀଳ ହୋଇ ପୁରୁଷ ମାନଙ୍କ ସହ କାନ୍ଧ ରେ କାନ୍ଧ ମିଶାଇ କାମ କରିବା ଶିଖିଲେ ଆମ ସମାଜ ଆଗକୁ ବଢ଼ି ପାରିବ ବୋଲି ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମିଶ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ଏହି ଦିବସ ଅବସରରେ ଶିକ୍ଷୟିତ୍ରୀ ଜୟଶ୍ରୀ ନାଥ ଏକ କବିତା ମାଧ୍ୟମରେ ଛାତ୍ରୀ ମାନଙ୍କୁ ଦିଗ୍ଦର୍ଶନ ଦେଇଥିଲେ । ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।