-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
10-Oct-2022
ବିନିକା(ହିମାଂଶୁ ଶେଖର ପୁଟେଲ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ଫୁଲମୁଠି ମାଁ ମାହେଶ୍ୱରୀ ଘଣ୍ଟବାଦ୍ୟର ପ୍ରାୟ ୬୦ଜଣ ସଦସ୍ୟ ଉତ୍ତରପ୍ରଦେଶ ରାଜ୍ୟ ମନଗଡ ସ୍ଥିତ ଜଗତଗୁରୁ ଶ୍ରୀ କୃପାଲୁଜି ମହାରାଜାଙ୍କ ଆଜି ରବିବାର ଅନୁଷ୍ଠିତ ୧୦୦ତମ ଜନ୍ମଦିନ ଉତ୍ସବ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଭାଗନେଇ ତାଙ୍କର ଚିରାଚରିତ ଢଙ୍ଗ ଓ ଉଚ୍ଚକୋଟିର ଭାବରେ ଘଣ୍ଟବାଦ୍ୟ ପରିବେଷଣ କରିଥିଲେ । ଏହି ପରିପ୍ରେକ୍ଷୀରେ ସଦସ୍ୟ ମାନେ ପାରମ୍ପରିକ ବସ୍ତ୍ର ପରିଧାନ ପୂର୍ବକ ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ୟବହୃତ ସାର ସରଞ୍ଜାମ ଧରି ବିଭିନ୍ନ ପ୍ରକାରର ଗୀତକୁ ଆଧାର କରି ଘଣ୍ଟବାଦ୍ୟ ପରିବେଷଣ ସହ ପରିବେଶକୁ ତମକାଇ ଥିଲେ ।ଯାହାକି ସେଠାରେ ଉପସ୍ଥିତ ଆଧ୍ୟାତ୍ମିକ ପ୍ରେମୀଙ୍କ ମନକୁ ବାନ୍ଧି ରଖିବାରେ ଘଣ୍ଟବାଦ୍ୟ ସଦସ୍ୟ ସଫଳ ହୋଇଥିଲେ ।