-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
10-Oct-2022
କର୍ଲାମୁଣ୍ଡା:( ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଂଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ,ଭାରପ୍ରାପ୍ତ ବିଡ଼ିଓ ଶିଧେଶ୍ୱର ମେହେର,ଜିପିଇଓ ଯୁଗଳ କିଶୋର ନାଏକ,ସରପଞ୍ଚ ଅରବିନ୍ଦ ଗହୀର,ବି ଏସ ଇଓ ସସ୍ମିତା ପଟେଲ ,କିରାଣୀ ପ୍ରଦୀପ କୁମାର ମାଝୀ, ପଞ୍ଚାୟତ କାର୍ୟ୍ଯ ନିର୍ବାହୀ ଅଧିକାରୀ ସୁବାଷ ସାହୁ,ଏବିଇଓ ସହଦେଵ ସୁନା, ଖାଉଟି ଯୋଗାଣ ଅଧିକାରୀ ସନ୍ତାକାର ପଧାନ, ଗ୍ରାମ୍ୟ ଜଳ ପରିମଳ ମିଶନ ଯନ୍ତ୍ରୀ ଅନୁସାୟା ଭଞ୍ଜ ଙ୍କ ସମେତ ବ୍ଲକ ର ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଏଥିରେ ଗ୍ରାମୀଣ ଆବାସ ପାଇଁ ୫୪୮ ଜଣ,କୃଷିବିଭାଗ ରେ ୭ ଜଣ,ପ୍ରାଣୀ ଚିକିତ୍ସା ୬ ଜଣ,ପିଡ଼ିଏସ ପାଇଁ ୫୯ ଜଣ,ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାର ୯୯ ଓ ଅନ୍ୟାନ୍ୟ ବିଭାଗର ୧୦ ମୋଟ ୭୪୩ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା।