-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
09-Oct-2022
ବଲାଙ୍ଗିର (ପ୍ରେରଣା ଖବର): ବଲାଙ୍ଗୀର ସହର ର ନାଲଖଣ୍ଡି ପୀଡ଼ାରେ ୫୦ ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି।ପଡ଼ା ର ମହିଳା ଓ ପୁରୁଷ ମାନେ ଉଭୟ କଳସ ଯାତ୍ରା ରେ ସାମିଲ୍ ହୋଇ ଥିଲେ। କଳସ ଯାତ୍ରା ର ମୁଖ୍ୟ ଆକର୍ଷଣ ଥିଲା କୁନି କୁନି ପିଲା ମାନେ ରାମ୍ ଲକ୍ଷ୍ମଣ ସୀତା ହନୁମାନ ବାହାରି ସହର ପରିକ୍ରମା କରି ଥିଲେ। ଏଥି ସହିତ ମହିଳା ମାନେ ପୋଖରୀ ରୁ କଳସ ରେ ପାଣି ଧରି ମୁଣ୍ଡ ରେ ବୋହି ପୋଖରୀ ରୁ ପୂଜା ମଣ୍ଡପ ଅଭିମୁଖେ କଳସ ଯାତ୍ରା କରିଥିଲେ। କଳସ ସବୁ ନାଲଖଣ୍ଡି ପଡା ର ଗଜଲକ୍ଷ୍ମୀ ପୂଜା ମଣ୍ଡପ ରେ ରଖି ପୂଜା ଆରଭଂ କରାଯାଇ ଥିଲା । ଏହା ପରେ ମାଁ ଙ୍କ ପୂଜା ଧୁମ୍ ଧାମରେ ପାଳନ କରାଯାଇ ଥିଲା।