-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
09-Oct-2022
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଡା ଗ୍ରାମର ପ୍ରକାଶ ସାଂସ୍କୃତିକ ସଂସଦର ରୌପ୍ୟ ଜୟନ୍ତୀ ଉତ୍ସବ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ସାଂସଦ ସୁରେଶ ପୁଜାରୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ କବିତା ଅଷ୍ଟ ପ୍ରହରୀର ଭୂୟଶୀ ପ୍ରଂଶସା କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ସୁରେଶ୍ବର ଶତପଥୀ, ସଲିଳା ପଟ୍ଟନାୟକ,ମନୋହର ସାଂସ୍କୃତିକ ସଂସଦର ସଭାପତି ଉତ୍ପନ୍ନ କୁମାର ଭୋଇ, ବିଜେପୁର କଲେଜର ଅଧ୍ଯକ୍ଷ ପ୍ରଦୀପ କୁମାର ମିଶ୍ର, ରେଡିଏନ୍ସ କଲେଜର ଚେୟାରମେନ ଅଜିତ କୁମାର ମେହେର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ସଂସଦର ସଭାପତି ପ୍ରଦୀପ କୁମାର ପଧାନ ଓ ଅଭ୍ୟର୍ଥନା କମିଟିର ସଭାପତି ନାଟ୍ୟକାର ମୋହନସିଂଙ୍କ ପୌରୋହିତ୍ୟରେ ଉଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଗ୍ରାମର କ୍ରୁତି ଛାତ୍ର ଫିଲସ ପଧାନ, ଲଷ୍ମଣ ପଧାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ପଡା ଗ୍ରାମର ପ୍ରଥମ ଡକ୍ଟରେଟ ଡିଗ୍ରୀ ହାସଲ କରିଥିବା ଡକ୍ଟର ମିନତୀ ଦେବତାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ସଭାପତି ପ୍ରଦୀପ କୁମାର ପଧାନ ଅତିଥି ପରିଚୟ ଓ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ମନୋହର ସାଂସ୍କୃତିକ ସଂସଦର ମନୋହର ପତ୍ରିକାକୁ ମୁଖ୍ଯ ଅତିଥି ଉନ୍ମୋଚନ କରିଥିଲେ।ଉଦଯାପନୀ ସମାରୋହକୁ ସଂପାଦକ ଦିଲ୍ଲୀପ କୁମାର ଦେବତା ସଂଯୋଜନା କରିଥିଲେ। ସୁରେନ୍ଦ୍ର କୁମାର ଦାଶ, ଅକ୍ଷୟ ଦାଶ, ଡା ଭୋଲାନାଥ ମେହେର, ଟିକଲାଲ ପଧାନ, ବିଶିକେଶନ ମେହେର, ଅମୀୟ ପ୍ରସାଦ ଭୋଇ, ଜୟ ଶଙ୍କର ଗୁରୁ ପ୍ରମୁଖ ସଂସଦର ସଦସ୍ଯଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶନିବାର ଅପରାହ୍ନ ତିନିଟାରୁ ରବିବାର ଅପରାହ୍ନ ତିନିଟା ପର୍ଯ୍ୟନ୍ତ ଅନୁଷ୍ଠିତ କବିତା ଅଷ୍ଟ ପ୍ରହରୀରେ ପଶ୍ଚିମ ଓଡିଶାର ବିଭିନ୍ନ ଅଞ୍ଚଳର କବି କବୟିତ୍ରୀଗଣ ସାମିଲ ହୋଇଥିଲେ।