-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
06-Oct-2022
ଦେଓଗାଁ(ପ୍ରେରଣା ଖବର)-ନିଜ ଜମିରେ ସିଂଚନ କରିବାକୁ ଥିବା କୀଟନାଶକ ପିଇ ଯୁବକ ଆତ୍ମହତ୍ୟା କରିଥିବା ଖବର ମିଳିଛି । ଏପରି କିଛି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ବନ୍ଧପାଲି ଗାଁ ରେ । ସୂଚନାରୁ ପ୍ରକାଶ ଯେ ଆଜି ଦିନ ୧୧ ଟା ବେଳେ ଏହି ଗାଁ ର କପିଳେ ଘିବେଲା(୩୨) ନିଜ ଜମିରେ ପହଂଚି ଥିଲା । ଫସଲ ପାଇଁ ବ୍ୟବହୃତ କୀଟନାଶକ ଔଷଧ ଖାଇ ପ୍ରଥମେ କପିଳେ ଅସୁସ୍ଥତା ଅନୁଭବ କରିଥିଲେ । ।ତା ପରେ ତାଙ୍କୁ ବାନ୍ତି ହୋଇଥିଲା । ବିଷ ପିଇବା ଜଣିବା ପରେ କପିଳେ ଙ୍କ ପରିବାର ଲୋକେ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ କପିଳେ ଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସଂଧ୍ୟାରେ କପିଳେଙ୍କ ଶବବ୍ୟବଛେଦ କରାଯାଇଛି । ଗତକାଲି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।