-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
27-Sep-2022
କଣ୍ଟାବାଞ୍ଜି :- କଣ୍ଟାବାଞ୍ଜି ଉପ ନିବନ୍ଧକ ଙ୍କ କାର୍ଯ୍ୟାଳୟ ରେ ଜମି ଜାଲିଆତି କରି ଗୋଟିଏ ଜମିକୁ ଦୁଇ ଥର ବିକ୍ରି କରିଥିବା ସୂଚନା ମିଳିଛି । ରାଜେଶ ଗୋୟେଲ ଙ୍କ ଜମିକୁ ଜାଲିଆତି କରାଯାଇ ଦୁଇ ଥର ବିକ୍ରି ହୋଇଥିବା ସତ୍ତ୍ଵେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।ଅପରପକ୍ଷେ ଅଭିଯୋଗକାରୀ ରାଜେଶ ଗୋୟେଲ୍ ବଲାଙ୍ଗୀର ଜିଲ୍ଲାପାଳ ଙ୍କ ପାଖରେ ଅଭିଯୋଗ ଦାଖଲ କଲା ସତ୍ତ୍ଵେ ଉପନିବନ୍ଧକ ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେଇ ବସି ରହିଛନ୍ତି । କଣ୍ଟାବାଞ୍ଜି ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ ର ବରିଷ୍ଠ ସହାୟକ ଏହି ଜମି ଜାଲିଆତି ରେ ସଂପୃକ୍ତି ଥିବା ଚର୍ଚ୍ଚା ହେଉଛି । ଏହି ବରିଷ୍ଠ ସହାୟକ ଜଣକ ବଲାଙ୍ଗୀର ଜମି ଜାଲିଆତି ମାମଲା ରେ ଜେଲ ଯାଇ ଜେଲରୁ ଜାମିନ ରେ ଆସିଛନ୍ତି । ଜମି ଦୁର୍ନୀତି ହୋଇଥିବା ଜାଣି ମଧ୍ୟ କଣ୍ଟାବାଞ୍ଜି ଉପନିବନ୍ଧକ ଅଭିଯୁକ୍ତ ନାମରେ ଥାନାରେ କୌଣସି ଏତଲା ଦେଇ ନ ଥିବା ସନ୍ଦେହ ଜାତ ହେଉଛି । ଏହି ବରିଷ୍ଠ ସହାୟକ ଜଣକ ହେଉଛନ୍ତି ଦୀପକ କୁମାର ବାଗ । ଏହି ଜାଲିଆତି ହୋଇଥିବା ଜମି ବିଷୟରେ ଜାଣିବା ପାଇଁ କଣ୍ଟାବାଞ୍ଜି ତହସିଲଦାର ତଥା ଉପନିବନ୍ଧକ ସମୀର ବେହେରା ଙ୍କୁ ଫୋନ୍ ରେ ପଚାରିବାରୁ ,ଗତ ମାର୍ଚ୍ଚ ମାସରେ ଏହି ଜମି ଜାଲିଆତି ହୋଇଥିବା କହିଥିଲେ ।ଫୋନ୍ ମାଧ୍ୟମରେ ଜମି ଜାଲିଆତି କରିଥିବା ବରିଷ୍ଠ ସହାୟକ ଙ୍କ ନାମରେ ଏତଲା ଦେବା ବିଷୟ ରେ ପଚାରିବାରୁ ପ୍ରତ୍ୟୁତ୍ତର ରେ ,ଅଭିଯୋଗକାରୀ ଙ୍କୁ ନ୍ୟାୟ ମିଳିଲା ପରେ ଅଭିଯୁକ୍ତ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତଥା ଜିଲ୍ଲାପାଳ ଙ୍କ ଆଦେଶ କ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।ତେବେ ବିକ୍ରି ହୋଇଥିବା ଜମି ର ବିକ୍ରି କବଲା ରଦ୍ଦ ନ ହେବା ପର୍ଯ୍ୟନ୍ତ ଅଭିଯୋଗକାରୀ କୁ ନ୍ୟାୟ କିଭଳି ମିଳିବ ତାହା ତଦନ୍ତ ସାପେକ୍ଷ ।